ଚାହୁଁ ଚାହୁଁ ବନ୍ୟା ଜଳରେ ମିଶି ଗଲା ପକ୍କା ଘର, ଭିଡିଓରେ ଦେଖନ୍ତୁ ସେ ସମୟର ଦୃଶ୍ୟ

ଡେରାଡୁନ୍‌ : ଦେଶର ଅନେକ ସ୍ଥାନରେ ଏବେ ଲଗାଣ ବର୍ଷା ଲାଗି ରହିଛି । କିଛି କିଛି ସ୍ଥାନରେ ବନ୍ୟା ପରିସ୍ଥିତି ଦେଖା ଦେଇଥିବା ବେଳେ ଲୋକମାନଙ୍କର ନିଜ ସଂପର୍କୀୟଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବର୍ଷାର ପ୍ରକୋପ କମ ହେଉ ନ ଥିବା ବେଳେ ଏହାର ପ୍ରଭାବ କେତେ ତାହାର ଅନେକ ଭିଡିଓ ସାମ୍ନାକୁ ଆସୁଛି । କିଛି ଦିନ ତଳେ ବନ୍ୟା ପାଣିରେ ଭାସି ଆସିଥିବା କୁମ୍ଭୀରର ଭିଡିଓ ଭାଇରାଲ ହୋଇଥିବା ବେଳେ ଏବେ ଉତ୍ତରାଖଣ୍ଡର ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ଦୃଶ୍ୟ ୨୦୧୩ର ହୋଇଥିବା ପ୍ରକୃତିର କରାଳ ରୂପକୁ ମନେ ପକାଇ ଦେଇଛି । ୨୦୧୩ରେ ହଠାତ୍‌ ବନ୍ୟା ଆସିଯିବାରୁ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏବେ ବନ୍ୟା ଜଳ ପାଇଁ ଏକ ପକ୍କା ଘର ପାଣିରେ ମିଶି ଯାଉଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ।

ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ୬ଜଣ ମୃତ୍ୟୁବରଣ କରିଥିବା ବେଳେ ୨ଟି ଘର ବନ୍ୟା ପାଣିରେ ଭାସି ଯାଇଥିବା ଜଣା ପଡ଼ିଛି । ଭାଇରାଲ ହେଉଥିବା ଭିଡିଓରେ, ବନ୍ୟା ଜଳର ପ୍ରବାହ ଅଧିକ ଥିବାରୁ ଏକ ଘର ଓଲଟି ପଡ଼ୁଥିବା ଦେଖାଯାଉଛି । ଏହି ଘଟଣା ସମୟରେ ଘର ଭିତରେ ୭ ଜଣ ଉପସ୍ଥିତ ଥିଲେ ବୋଲି ସୂଚନା ମିଳିଛି । ତେବେ ଏ ପର୍ଯ୍ୟନ୍ତ ଏହି ୭ଜଣଙ୍କ ସନ୍ଧାନ ମିଳି ପାରି ନାହିଁ ।

ସମ୍ବନ୍ଧିତ ଖବର