ପ୍ରଥମ କରି ‘ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟ’ ଉପରେ ଓହ୍ଲାଇଲା ଲଢୁଆ ବିମାନ ‘ତେଜସ୍‌ ଏଲ୍‌ସିଏ’ର ନୌସେନା ମଡେଲ୍‌

ନୂଆଦିଲ୍ଲୀ: ଶନିବାର ଦିନ ‘ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟ’ ଉପରେ ନୌସେନା ପାଇଁ ନିର୍ମିତ ହାଲୁକା ଲଢୁଆ ବିମାନ ‘ତେଜସ୍‌ ଏଲ୍‌ସିଏ’ର ଏକ ମଡେଲ୍‌କୁ ଅବତରଣ କରାଯାଇଥିବା କଥା ଦୁଇ ଜଣ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି।

ସମ୍ପ୍ରତି ଆରବ ସାଗରରେ ମୁତୟନ କରାଯାଇଥିବା ବିମାନବାହୀ ଜାହାଜ ‘ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟ’ରେ ରହିଛି ମିଗ୍‌ ୨୯ର ନୌସେନା ମଡେଲ୍‌। ଏଥିରେ ୩୦ଟି ବିମାନ ରଖାଯାଇ ପାରିବ।

ଗତ ସେପ୍ଟେମ୍ବର ମାସରେ ‘ଏଲ୍‌ସିଏ’ର ନୌସେନା ମଡେଲ୍‌କୁ ଗୋଆ ସାଗରକୂଳସ୍ଥିତ ଏକ ପରୀକ୍ଷଣ ପ୍ରତିଷ୍ଠାନରେ ସଫଳତାର ସହ ଅବତରଣ କରାଯାଇଥିଲା।

Image Source: Zee News

ଏଠାରେ ବ୍ୟାପକ ପରୀକ୍ଷା ନିରୀକ୍ଷା କରିବା ପରେ ‘ଡିଆର୍‌ଡିଓ’ ଏବଂ ‘ଏଡିଏ’ ବିକଶିତ କରିଥିବା ଏହି ବିମାନକୁ ଆଜି ପୂର୍ବାହ୍ନ ୧୦: ୦୨ରେ କମାଣ୍ଡର୍‌ ଜୟଦୀପ ମାଓଲାଙ୍କର୍‌ ସଫଳତାର ସହ ‘ଆଇଏନ୍‌ଏସ୍‌ ବିକ୍ରମ’ ଉପରେ ସଫଳତାର ସହ ଅବତରଣ କରାଇଥିଲେ।

ଭାରତୀୟ ବାୟୁସେନାରେ ସାମିଲ ହୋଇଥିବା ଦେଶୀୟ ଜ୍ଞାନକୌଶଳରେ ନିର୍ମିତ ତେଜସ୍‌ ଲଢୁଆ ବିମାନର ଏହା ହେଉଛି ପ୍ରଥମ ନୌସେନା ମଡେଲ୍‌। ଏହାର ସଫଳତାକୁ ଦେଖି ଭାରତୀୟ ନୌସେନା ପାଇଁ ଦୁଇ ଇଞ୍ଜିନ୍‌ବିଶିଷ୍ଟ ଲଢୁଆ ବିମାନ ନିର୍ମାଣ ଲାଗି ଉଦ୍ୟମ ହେବ ବୋଲି ନୌସେନା ଟୁଇଟ୍‌ କରିଛି।

ନୌସେନା ଲାଗି ଏ ଭଳି ୫୭ଟି ଲଢୁଆ ବିମାନ ଆବଶ୍ୟକ।

ସମ୍ବନ୍ଧିତ ଖବର