ମାଓ ପ୍ରଭାବିତ ଅଞ୍ଚଳରେ ରେଳ, ବ୍ୟାଙ୍କିଂ ଓ ଟେଲି-ଯୋଗାଯୋଗ ସୁବିଧା ପହଞ୍ଚାଇବାକୁ ଦାବି କଲେ ନବୀନ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମାଓ ଦମନ ଅପରେସନର ସମୀକ୍ଷା ବୈଠକରେ ମାଓ ପ୍ରଭାବିତ ଅଂଚଳରେ ରେଳ ଯୋଗାଯୋଗ, ବ୍ୟାଙ୍କିଙ୍ଗ୍ ଓ ଟେଲି-ଯୋଗାଯୋଗ ସୁବିଧା ବ୍ୟାପକ କରିବାକୁ ଦାବି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି କି, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ରେଳପଥ ନିର୍ମାଣ କରିବାକୁ ପରାମର୍ଶ ଦେଇଛି। ଏଥିପାଇଁ ରାଜ୍ୟ ସରକାର ମାଗଣା ଜମି ଯୋଗାଇବା ସହ ଅଧା ଖର୍ଚ୍ଚ ବହନ କରିବେ ବୋଲି ଘୋଷଣା କରିଛି। ଏଥିସହ ସବୁ ମାଓପ୍ରଭାବିତ ବ୍ଲକରେ ବ୍ୟାଙ୍କିଙ୍ଗ୍ ଓ ଟେଲି-ଯୋଗାଯୋଗ ସୁବିଧା ଉପଲବ୍ଧ କରାଇବାକୁ ଦାବି କରିଛି। ମୁଁ ଭାବୁଛି କେନ୍ଦ୍ର ସରକାର ଏହାକୁ ଗ୍ରହଣ କରିବେ।

ଏହି  ବୈଠକରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଗୃହ ମନ୍ତ୍ରାଳୟ ଗୁଇନ୍ଦା ବିଭାଗ ଏବଂ ଅର୍ଦ୍ଧ ସାମରିକ ବାହିନୀର ବରିଷ୍ଠ ଅଧିକାରୀମାନେ ଯୋଗଦେଇଛନ୍ତି ।

ନକ୍ସଲ ପ୍ରଭାବିତ ରାଜ୍ୟ ଓଡିଶା, ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ. ବିହାର,ମହାରାଷ୍ଟ୍ର, ତେଲେଙ୍ଗାନା, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ଏଥିରେ ଅଂଶଗ୍ରହଣ କରିଛନ୍ତି  । ବୈଠକରେ ୭ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେଇଥିବା ବେଳେ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେଇନାହାନ୍ତି । ମାଓବାଦୀ ଦମନ ସମେତ ମାଓ ପ୍ରଭାବିତ ଅଂଚଳ ଗୁଡିକରେ ବିକାଶର କାର୍ଯ୍ୟ ତ୍ୱରାନ୍ୱିତ କରାଯିବା ଉପରେ ବୈଠକରେ ଆଲୋଚନା ହୋଇଛି।

ଏଥିସହିତ ବୈଠକରେ ଯେଉଁ ସବୁ ଅଂଚଳମାନଙ୍କରେ ମାଓବାଦୀଙ୍କ ଉପଦ୍ରବ ଅଧିକ ରହିଛି, ସେଠାରେ କମ୍ବିଂ ଅପରେସନ ଜୋରଦାର କରାଯିବା ସହ ଆବଶ୍ୟକୀୟ ପୁଲିସ୍ ଫୋର୍ସ ମୁତୟନ ପାଇଁ ଗୁରୁତ୍ୱ ଦିଆଯିବ । ସେହିଭଳି ନକ୍ସଲଙ୍କ ନିକଟକୁ ଆସୁଥିବା ଅର୍ଥକୁ ବନ୍ଦ କରିବା ଏବଂ ମାଓବାଦୀଙ୍କ ଛାମୁଆ ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ବୈଠକରେ ଆଲୋଚନା ହେବା ନେଇ ଜଣାପଡିଛି ।

ସମ୍ବନ୍ଧିତ ଖବର