ମିଶନ ଶକ୍ତିକୁ ନେଇ ମୋଦିଙ୍କୁ କଟାକ୍ଷ କଲେ ସିଦ୍ଧୁ : ଜନତାଙ୍କୁ ଅନ୍ତରୀକ୍ଷରେ ବୁଲାଅ ନାହିଁ, ସଠିକ୍‌ ବିକାଶ ହୋଇଛି କି ନାହିଁ ହିସାବ ଦିଅ

ନୂଆଦିଲ୍ଲୀ : ପୁଲଓ୍ଵାମା ଆକ୍ରମଣ ପରେ ବିବାଦର ଶୀର୍ଷରେ ରହିଛନ୍ତି ପୂର୍ବତନ କ୍ରିକେଟର ନବ୍‌ଜୋତ୍‌ ସିଂହ ସିଦ୍ଧୁ । ଏ ନେଇ ତାଙ୍କୁ ବିରୋଧ ପ୍ରଦର୍ଶନ କରାଯାଉଥିଲେ ମଧ୍ୟ ସେ ନିଜର ବୟାନ ଦେବାରେ ପଛଘୁଞ୍ଚା ଦେଉ ନଥିବା ଦେଖା ଯାଇଛି । ପୁଲଓ୍ଵାମା ଆକ୍ରମଣ ପରେ ପାକିସ୍ତାନକୁ ସମର୍ଥନ କଲା ଭଳି ବୟାନ ଦେଇ ବିବାଦରେ ଫସିଥିବା ସିଦ୍ଧୁ ଏବେ ମୋଦିଙ୍କୁ କଟାକ୍ଷ କରିଥିବା ଦେଖା ଯାଇଛି । ଗତକାଲି ଭାରତ ବିଶ୍ୱର ଚତୁର୍ଥ ଅନ୍ତରୀକ୍ଷ ମହାଶକ୍ତି ପାଲଟିବା ପରେ ସାରା ଦେଶରେ ଖୁସିର ଲହରୀ ଖେଳି ଯାଇଥିଲା । କିନ୍ତୁ ସିଦ୍ଧୁ ମୋଦିଙ୍କୁ କଟାକ୍ଷ କରିବା ଭୁଲି ନଥିଲେ ।

ନରେନ୍ଦ୍ର ମୋଦିଙ୍କ ଏକ ପୁରୁଣା ଟୁଇଟ୍‌ର ଜବାବ ଦେଇ, ୨୦୧୯ର ଲୋକସଭା ନିର୍ବାଚନ ଅନ୍ତିମ ଚରଣରେ ପହଞ୍ଚି ସାରିଛି । କିନ୍ତୁ କୌଣସି ବିଜେପି ନେତା ଏ ପର୍ଯ୍ୟନ୍ତ ବିକାଶ ବିଷୟରେ କିଛି ବି କହି ନାହାନ୍ତି । ବେରୋଜଗାରୀ, ଚାଷୀ ମୃତ୍ୟୁ, ରାଫେଲ ଆଦି ବିଷୟ ଉପରେ ଆଲୋଚନା କରନ୍ତୁ । ଜନତାଙ୍କୁ ଅନ୍ତରୀକ୍ଷରେ ବୁଲାନ୍ତୁ ନାହିଁ । ଭୂପୃଷ୍ଠକୁ ଫେରି ଆସି ଅସଲ ବିଷୟ ବିଷୟରେ କୁହ ବୋଲି ଲେଖିଥିଲେ ସିଦ୍ଧୁ । ତାଙ୍କର ଏଭଳି ଟୁଇଟ୍‌ ପରେ ମୋଦିଙ୍କ ସମର୍ଥକମାନେ ତାଙ୍କୁ ଟ୍ରୋଲ କରିଥିବା ଦେଖା ଯାଇଛି ।

ସମ୍ବନ୍ଧିତ ଖବର