ନବଜ୍ୟୋତ ସିଂହ ସିଦ୍ଧୁଙ୍କ କମାଲ:ବ୍ୟାସନଦୀରେ ଛାଡିଲେ ୧୦ ହଜାର ମାଛ ଯାଁଆଳ

ଲୁଧିଆନା: ପଞ୍ଜାବର ବ୍ୟାସ ନଦୀ ପ୍ରଦୁଷିତ ହୋଇ ବହୁ ସଂଖ୍ୟକ ମାଛ ହଠାତ ମରିଯାଇଥିଲେ। ଗତ ମାସରେଏହି ଘଟଣା ପରିବେଶବିତଙ୍କ ସହିତ ସମସ୍ତ ବୁଦ୍ଧିଜୀବୀଙ୍କୁ ଚିନ୍ତିତ କରିଥିଲା। ତେବେ ଏହି ମାଛ ମରିଯିବା ଘଟଣାକୁ ଭିନ୍ନ ଭାବେ ନେଇଛନ୍ତି କ୍ରିକେଟରରୁ ରାଜନେତା ପାଲଟିିଥିବା ତଥା ପଞ୍ଜାବ ସରକାରଙ୍କ କ୍ୟାବିନେଟ୍‌ ମନ୍ତ୍ରୀ ନବଜ୍ୟୋତ ସିଂହ ସିଦ୍ଧୁ। ଗତ କାଲି ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ସିଦ୍ଧୁ ୧୦ ହଜାର ମାଛ ଯାଁଆଳ ନେଇ ବ୍ୟାସ ନଦୀରେ ଛାଡ଼ି ଛନ୍ତି। ତାହା ପୁଣି ସେହି ସ୍ଥାନରେ ଯେଉଁ ସ୍ଥାନରେ ଏକ ଚିନିକଳରୁ ନିର୍ଗତ ମୋଲାସେସ୍‌ ବ୍ୟାସ ନଦୀରେ ମିଶିବାରୁ ହଜାର ହଜାର ସଂଖ୍ୟାରେ ମାଛ ମରି ଭାସିଥିଲେ।
ବିଶ୍ୱ ପରିବେଶ ଦିବସ ଅବସରରରେ ଗତ ମଙ୍ଗଳବାର ଦିନ ପଞ୍ଜାବ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ ସାଙ୍ଗରେ ରୋହି, ଭାକୁଡ଼ ଓ ମିରକାଳୀ ମାଛର ପ୍ରାୟ ୧୦ ହଜାର ଯାଁଆଳ ସହିତ ବିଧାୟକ ସନ୍ତୋଷ ସିଂହ ଭଲାଇପୁର, ଅମୃତସର ଜିଲ୍ଲାପାଳ କମଳଦୀପ ସିଂହ ସାଙ୍ଗାଙ୍କୁ ସାଙ୍ଗରେ ନେଇ ଏକ ବୋଟରେ ବସି ନଦୀ ମଝିକୁ ଯାଇଥିଲେ। ନଦୀ କୂଳରେ ରହି ଶହ ଶହ କଂଗ୍ରେସ ସମର୍ଥକ ସିଦ୍ଧୁ ଓ ତାଙ୍କ ସହଯୋଗୀଙ୍କୁ ତାଳି ମାରି ଓ ‘ନଦୀ ବଞ୍ଚାଅ, ଜଳ ବଞ୍ଚାଅ, ପ୍ରକୃତି ବଞ୍ଚାଅ’ ସ୍ଲୋଗାନ ଦେଇ ଉତ୍ସାହିତ କରୁଥିବା ବେଳେ ପଲିଥିନ ଜରିରେ ଥିବା ମାଛ ଯାଁଆଳଗୁଡ଼ିକୁ ସିଦ୍ଧୁୁ ନଦୀରେ ଛାଡ଼ି ଫେରି ଆସିଥିଲେ।

ସମ୍ବନ୍ଧିତ ଖବର