ପୂର୍ବତନ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁଙ୍କ ବିଭାଗରୁ ମୁଖ୍ୟମନ୍ତ୍ରୀଙ୍କ ଦୁର୍ନୀତି ସଂପର୍କୀତ ଫାଇଲ ଗାଏବ୍‌ !

ଚଣ୍ଡୀଗଡ଼: ପଞ୍ଜାବ ସରକାରରୁ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ନବଜୋତ ସିଂହ ସିଦ୍ଧୁଙ୍କ ଇସ୍ତଫା ପରେ ଏବେ ଆଉ ଏକ ଚାଞ୍ଚଲ୍ୟ ଖବର ମିଳିଛି। ତାହା ହେଲା ଯେ ସିଦ୍ଧୁଙ୍କ ପୂର୍ବ ବିଭାଗର କେତେକ ଗୁରୁତ୍ୱପୂର୍ଣ୍ଣ ଫାଇଲ୍‌ ଗାଏବ୍‌ ହୋଇଯାଇଛି। ଏହି ଫାଇଲଗୁଡ଼ିକ ଭିତରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ୧୧୪୪ କୋଟି ଟଙ୍କାର ଲୁଧିଆନା ସିଟି ସେଣ୍ଟର ଦୁର୍ନୀତି ସଂପର୍କୀତ ଫାଇଲ ବି ରହିଛି। ଅନ୍ୟ ଯେଉଁ ଫାଇଲଟି ଗାଏବ ହୋଇଛି, ତାହା ହେଲା ଲୋକାଲ ଗଭର୍ଣ୍ଣମେଣ୍ଟ ଡିପାର୍ଟମେଣ୍ଟର ଲୁଧିଆନାରେ କୃଷି ଭୂମି ଉପରେ ଅନଧିକୃତ ନିର୍ମାଣ ସଂପର୍କୀତ ଫାଇଲ୍‌।

ଏଣେ ଏ ଘଟଣା ସଂପର୍କରେ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଫାଇଲଗୁଡିକ କୁଆଡ଼େ ଗଲା, ତାହା ଜାଣିବାକୁ ଚେଷ୍ଟା ଚାଲିଛି। ଏ ସଂପର୍କରେ ବିଭାଗୀୟ ମନ୍ତ୍ରୀ ମଧ୍ୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

photo-navbharattimes

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ଭିଜିଲାନ୍ସ ପକ୍ଷରୁ ଅମରିନ୍ଦର ସିଂହ ଓ ତାଙ୍କ ପୁଅ ରନିନ୍ଦର ସିଂହଙ୍କୁ ଲୁଧିଆନା ସିଟି ସେଣ୍ଟର ଦୁର୍ନୀତି ମାମଲା କ୍ଲିନ୍‌ଚିଟ୍‌ ଦିଆଯାଇଛି। ସିଦ୍ଧୁଙ୍କୁ ଜୁନ୍‌ ୬ ତାରିଖରେ ଲୋକାଲ ଗଭର୍ଣ୍ଣମେଣ୍ଟ,ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପଦରୁ ହଟାଯାଇ ତାଙ୍କୁ ବିଦ୍ୟୁତ୍‌ ଓ ନବ ଓ ନବୀକରଣ ଶକ୍ତି ସ୍ରୋତ ମନ୍ତ୍ରାଳୟର ଦାୟିତ୍ୱ ଦିଆଯାଇଥିଲା।

ସମ୍ବନ୍ଧିତ ଖବର