ବିବାଦରେ ନୌସେନା ମୁଖ୍ୟ ନିଯୁକ୍ତି ମାମଲା

ନୂଆଦିଲ୍ଲୀ: ନୌସେନା ମୁଖ୍ୟ ନିଯୁକ୍ତି ଚୟନ ବିବାଦୀୟ ହୋଇଯାଇଛି। ନୌସେନାର ବରିଷ୍ଠତମ ଅଧିକାରୀ ତଥା ଆଣ୍ଡାମାନ ନିକୋବର୍‌ର କମାଣ୍ଡର-ଇନ-ଚିଫ ଭାଇସ୍‌ ଆଡମିରାଲ୍‌ ବିମଲ ବର୍ମା ସରକାରଙ୍କ ନିଷ୍ପତ୍ତି ବିରୋଧରେ ସେନା ଟ୍ରିବ୍ୟୁନାଲର ଦ୍ୱାରସ୍ଥ ହୋଇଛନ୍ତି। ସରକାର ଗତମାସରେ ଭାଇସ୍‌ ଆଡମିରାଲ୍‌ କରମବୀର ସିଂହଙ୍କୁ ନୂତନ ନୌସେନା ମୁଖ୍ୟ ଭାବେ ନିଯୁକ୍ତି ଦେବାକୁ ଘୋଷଣା କରିଥିଲେ। ଆଡମିରାଲ୍‌ ସୁନୀଲ ଲାମ୍ବା ମେ ୩ରେ ଅବସର ‌ନେବା ପରେ ସିଂହ ନୌସେନା ମୁଖ୍ୟ ଭାବେ ଦାୟିତ୍ୱ ନେବେ। ତେବେ ନୌସେନା ମୁଖ୍ୟ ଚୟନ ପ୍ରକ୍ରିୟାରେ ବରିଷ୍ଠତାକୁ ଆଧାର ନକରି ଯୋଗ୍ୟତା ଭିତ୍ତିରେ ସରକାର ସିଂହଙ୍କୁ ନିଯୁକ୍ତ କରିବା ପାଇଁ ସ୍ଥିର କରିଥିଲେ। ଆଡମିରାଲ୍‌ ବର୍ମା ନୌସେନାରେ ବର୍ତ୍ତମାନର ଅଧିକାରୀଙ୍କ ମଧ୍ୟରେ ବରିଷ୍ଠ ହୋଇଥିବାରୁ ସରକାରଙ୍କ ନିଷ୍ପତ୍ତ ବିରୋଧରେ ସେନା ଟ୍ରିବୁନାଲ୍‌ର ଦ୍ୱାରସ୍ଥ ହୋଇଥିବା ସରକାରୀ ସୂତ୍ରରୁ ପ୍ରକାଶ। ୨୦୧୬ରେ ମଧ୍ୟ ସରକାର ପାରମ୍ପାରିକ ବରିଷ୍ଠତା ଭିତ୍ତିରେ ସେନା ମୁଖ୍ୟ ନିଯୁକ୍ତି ଚୟନ କରିନଥିଲେ।

ସମ୍ବନ୍ଧିତ ଖବର