ନୌସେନାରେ ସାମିଲ ହେବ ଆଉ ୫୬ଟି ଯୁଦ୍ଧପୋତ ଓ ବୁଡ଼ାଜାହାଜ: ନୌସେନାର ଚିଫ୍‌ ଆଡ୍‌ମିରାଲ ସୁନୀଲ ଲାମ୍ବା

ନୂଆଦିଲ୍ଲୀ: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଭାରତୀୟ ନୌସେନା ପକ୍ଷରୁ ନୌସେନାରେ ଆଉ ୫୬ଟି ଯୁଦ୍ଧ ପୋତ (ଜାହାଜ) ଓ ବୁଡ଼ାଜାହାଜ (ସବ୍‌ମେରିନ୍‌) ସାମିଲ ପାଇଁ ପ୍ରସ୍ତୁତି ଚାଲିଛି। ଏଥିସହ ଭରତୀୟ ନୌସେନାରେ ତୃତୀୟ ବିମାନବାହୀ ଯୁଦ୍ଧପୋତ ସାମିଲ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ଭାରତୀୟ ନୌସେନାର ଚିଫ୍‌ ଆଡ୍‌ମିରାଲ ସୁନୀଲ ଲାମ୍ବା ଆଜି (ସୋମବାର) ଗଣମାଧ୍ୟମକୁ କହିଛନ୍ତି। ଭାରତୀୟ ନୌସେନାକୁ ଆହୁରି ଶକ୍ତଶାଳୀ କରିବା ସହ ଦେଶର ତଟୀୟ ସୁରକ୍ଷାକୁ ସଂପୂର୍ଣ୍ଣ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ଏପରି ପଦକ୍ଷେପ ନିଆଯାଉଛି। ଏହାବାଦ୍‌ ଏବେ ଆହୁରି ୩୨ଟି ଯୁଦ୍ଧପୋତ ନିର୍ମାଣଧୀନ ଅବସ୍ଥାରେ ରହିଥିବା ସେ କହିଛନ୍ତି।

ଦେଶର ତଟୀୟ ଅଞ୍ଚଳକୁ ସୁରକ୍ଷିତ ରଖାଯିବା ସହ ଦେଶର ସମଗ୍ର ତଟୀୟ ସୀମାରେ ନୌସେନା ପକ୍ଷରୁ ୨୪ ଘଣ୍ଟିଆ ପାଟ୍ରୋଲିଂ କରାଯାଉଥିବା କହିଛନ୍ତି ନୌସେନାର ଚିଫ୍‌ ଆଡ୍‌ମିରାଲ ସୁନୀଲ ଲାମ୍ବା। ତଟୀୟ ସୀମାକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଦେଶର ସମୁଦ୍ର ସୀମା ମଧ୍ୟରେ ଚଳପ୍ରଚଳ କରୁଥିବା ୨.୫ ଲକ୍ଷ ମାଛଧରା ଡଙ୍ଗାରେ ସ୍ୱୟଂଚାଳିତ ଚିହ୍ନଟ ଯନ୍ତ୍ର ଲଗାଯିବା କାର୍ଯ୍ୟ ମଧ୍ୟ ନୌସେନା ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅବସରରେ ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର