ଚେନ୍ନାଇ: ନୌସେନାରେ କାର୍ଯ୍ୟରତ ଦୁଇ ଜଣ ମହିଳା ସହକର୍ମୀଙ୍କୁ ଯୌନ ନିର୍ଯାନତା ଦେବା ଘଟଣା ଜନୈକ ନୌସେନା ଅଧିକାରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଘଟଣା ସଂପର୍କରେ ନୌସେନାର ଦୁଇ ନିର୍ଯାତିତା ଅଧିକାରୀ ଅଭିଯୋଗ କରିବା ପରେ ଘଟଣାରେ ସଂପୃକ୍ତ ନୌସେନା ଅଧିକାରୀଙ୍କର କୋର୍ଟ ମାର୍ଶଲ କରାଯିବା ସହ ତାଙ୍କୁ ନିଲମ୍ବନ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ତାମିଲନାଡ଼ୁର ପାରାଣ୍ଡୁ ଠାରେ ଥିବା ନୌସେନାର ଏକ ନାଭାଲ ବେସ୍ରେ ଏହି ସମସ୍ତ ଅଧିକାରୀ ମୁତୟନ ଥିଲେ। ସେଠାରେ ମୁତୟନ ଥିବା ସ୍କାର୍ଡନ୍ ଲିଡରଙ୍କ ଅଧୀନରେ ନୌସେନାର ଏହି ଦୁଇ ମହିଳା ଅଧିକାରୀଙ୍କୁ ତାଙ୍କର ସହଯୋଗୀ ଭାବେ ମୁତୟନ କରାଯାଇଥିଲା। ତେବେ, ନୌସେନା ଅଧିକାରୀ ଜଣକ ସାମାନ୍ୟ ସୁଯୋଗ ପାଇବା ମାତ୍ରେ ଏହି ଦୁଇ ଅଧିକାରୀଙ୍କୁ ଅଶାଳୀନ କଥା ପ୍ରେମ ନିବେଦନ କରୁଥିଲେ। ଏଥିସହ ଏହି ଦୁଇ ମହିଳା ଅଧିକାରୀଙ୍କୁ ଅଲଗା ଅଲଗା ଭାବେ ତାଙ୍କ କଠୋରୀକୁ ଡକାଇବା ସହ ସେମାନଙ୍କ ଶରୀରର ସମ୍ବେଦନଶୀଳ ଅଙ୍ଗରେ ହସ୍ତଚାଳନା କରୁଥିଲେ। ଏପରି ବ୍ୟବହାର ପ୍ରଦର୍ଶନ ନକରିବାକୁ ଦୁଇ ମହିଳା ସହଯୋଗୀ ତାଙ୍କୁ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ସେ ସେଥିପ୍ରତି କର୍ଣ୍ଣପାତ କରି ନଥିଲେ। ପରବର୍ତ୍ତୀ ସମୟରେ ସଂପୃକ୍ତ ଅଧିକାରୀଙ୍କ ଏ ଅଭ୍ୟାସ ବନ୍ଦ ହେବା ପରିବର୍ତ୍ତେ ଅଧିକ ମାତ୍ରାରେ ବୃଦ୍ଧି ପାଇଥିଲା। ଫଳରେ, ନିର୍ଯାତିତା ଦୁଇ ମହିଳା ଅଧିକାରୀ ଘଟଣା ସଂପର୍କରେ ସେମାନଙ୍କ ବରିଷ୍ଠ ଅଧିକାରୀଙ୍କୁ ଜଣାଇବା ପରେ ଘଟଣାରେ ସଂପୃକ୍ତ ଅଭିଯୁକ୍ତ ନୌସେନା ଅଧିକାରୀଙ୍କ କୋର୍ଟ ମାର୍ଶଲ କରାଯିବା ସହ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି।