ଭାରତ ମହାସାଗରରେ ଚୀନ ସବ୍‌ମେରିନକୁ ଠାବ କଲା ଭାରତୀୟ ନୌସେନା

ନୂଆଦିଲ୍ଲୀ: ଭାରତ ମହାସାଗରରେ ଚୀନ ଯୁଦ୍ଧପୋତକୁ ଠାବ କରିଛି ଭାରତୀୟ ନୌସେନା। ଡୋକଲାମ ଭାରତ ଓ ଚୀନ ସେନା ମୁହାଁମୁହିଁ ହେବା ଘଟଣା ପରେ ପ୍ରଥମ ଥର ପାଇଁ ଭାରତ ମହାସାଗରେ ଚୀନ ଯୁଦ୍ଧପୋତକୁ ଠାବ କରିବା ପରେ ଭାରତ ପକ୍ଷରୁ ଏ ନେଇ ଚିନ୍ତା ପ୍ରକଟ କରାଯାଇଛି। ଚୀନ ଭାରତ ମହାସାଗରରେ ଟାଇପ ଓ୩୯ଏ ୟୁୟାନ ଯୁଦ୍ଧ ପୋତକୁ ମୂତୟନ କରିଥିବା ଭାରତର ନୌସେନା ପକ୍ଷରୁ କୁହାଯାଇଛି। ତେବେ ଏ ନେଇ ଚୀନ କହିଛି ଯେ ଏହି ଯୁଦ୍ଧପୋତକୁ ଗଲ୍ଫ ଅଞ୍ଚଳରେ ଜଳଦସ୍ୟୁ କାର୍ଯ୍ୟକଳାପ ରୋକିବା ପାଇଁ ମୂତୟନ କରାଯାଇଛି।
ଏ ନେଇ ନୌସେନା ମୁଖ୍ୟ ଆଡମିରାଲ ସୁନୀଲ ଲାନବା କହିଛନ୍ତି ଯେ ଚୀନ ନୌସେନାର ଯୁଦ୍ଧପୋତ( ବୁଡ଼ାଜାହଜ) ଏହି ଅଞ୍ଚଳରେ ମୂତୟନ ଦ୍ୱାରା ଅଞ୍ଚଳରେ ଚୀନର ଆଭିମୁଖ୍ୟ କଣ ତାହା ଜଣାପଡ଼ିଯାଇଛି। ତେବେ ଚୀନ ଯୁଦ୍ଧପୋତର ଗତିବିଧି ଉପରେ ଭାରତୀୟ ନୌସେନା ତୀକ୍ଷ୍‌ଣ ନଜର ରଖିଛି। ଭାରତୀୟ ଯୁଦ୍‌ଦପୋତ ମଧ୍ୟ ଏ ଅଞ୍ଚଳରେ ୨୪ ଘଣ୍ଟିଆ ପହରା ଦେଉଛି। ତେବେ ଜଳଦସ୍ୟୁ ମୁକାବିଲା ଓ ଜଳପଥ ବ୍ୟବହାରର ସ୍ୱାଧୀନତା ଆଳରେ ଚୀନ ଭାରତ ମହାସାଗର ଅଞ୍ଚଳରେ ତାର ଉପସ୍ଥିିତି ଜାହିର କରିବାକୁ ଚେଷ୍ଟା କରୁଛି ବୋଲି ଭାରତୀୟ ନୌସେନା ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର