ଛତିଶଗଡ଼: ୨ଜଣଙ୍କୁ ଅପହରଣ କରି ହତ୍ୟା କଲେ ନକ୍ସଲ, ଜୀବନ ବଞ୍ଚାଇଲେ ଜଣେ

ମାଲକାନଗିରି: ପଡୋଶୀ ଛତିଶଗଡ଼ରେ ନକ୍ସଲମାନେ ୩ ଜଣ ଲୋକଙ୍କୁ ଅପହରଣ କରିବା ପରେ ସେଥିରୁ ୨ ଜଣଙ୍କୁ ହତ୍ୟା କରିଛନ୍ତି। କାଙ୍କେର ପୁଲିସ ଅଧିକ୍ଷକ ଏଲ୍‌ ଧ୍ରୁବ ଏହି ସୂଚନା ଦେଇଛନ୍ତି। ଏସ୍‌ପି କହିଛନ୍ତି ନକ୍ସଲମାନେ ୩ ଜଣଙ୍କୁ ଅପହରଣ କରିଥିବା ବେଳେ ୨ ଜଣଙ୍କୁ ହତ୍ୟା କରିଛନ୍ତି। ତୃତୀୟ ବ୍ୟକ୍ତି କୌଣସି ପ୍ରକାରେ ଉପସ୍ଥିତ ବୁଦ୍ଧି ଲଗାଇ ନକ୍ସଲମାନଙ୍କ ଠାରୁ ଖସି ଆସିଛି। ଏସ୍‌ପି ଧ୍ରୁବ କହିଛନ୍ତି ମହାରାଷ୍ଟ୍ରର ଗଟ୍ଟା ଥାନା ଠାରୁ ମାତ୍ର କିଲୋମିଟର ଦୂରରେ ତଦୁଡା ନିକଟରେ ୨ଜଣଙ୍କ ଲୋକଙ୍କର ମୃତଦେହ ମିଳିଛି।

ବରିଷ୍ଠ ପୁଲିସ ଅଧିକାରୀ ଧ୍ରୁବ କହିଛନ୍ତି, ନକ୍ସଲମାନେ ଗତ ଅଗଷ୍ଟ ୨୬ ରାତି ଉଲିଆ ଗାଁର ପାଣ୍ଡୁରାମ, ସୋନୁ ପଡ୍ଡା ଓ ସୋମଜୀ ପଡ୍ଡାଙ୍କୁ ଅପହରଣ କରିଥିଲେ। ଅପହୃତ ପାଣ୍ଡୁରାମ ନିଜର ଉପସ୍ଥିତ ବୁଦ୍ଧି ଘଟାଇ ନକ୍ସଲମାନଙ୍କ ଠାରୁ ଖସି ଆସିଛନ୍ତି।

ନକ୍ସଲ କବଳରୁ ଖସି ଆସିଥିବା ପାଣ୍ଡୁରାମ ଥାନାରେ ଅଭିଯୋଗ କରିଛନ୍ତି। ଏହା ପରେ ପୁଲିସ ସୋନୁ ଓ ସୋମଜୀଙ୍କୁ ଖୋଜିବାରେ ଅଭିଯାନ ଚଳାଇଥିଲା। ମହାରାଷ୍ଟ୍ର ସୀମାରୁ ପୁଲିସକୁ ନିଖୋଜ ୨ଜଣ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି। ଏହି ଘଟଣାର କିଛି ଦିନ ପୂର୍ବରୁ ନକ୍ସଲମାନେ ୨ଜଣ ଲୋକଙ୍କୁ ଅପହରଣ କରି ହତ୍ୟା କରିଥିଲେ।

ସମ୍ବନ୍ଧିତ ଖବର