ମାଓବାଦୀ ମୁଖ୍ୟ କହିଲେ- ପ୍ରଧାନମନ୍ତ୍ରୀ ମୋଦି ଜଣେ ଭଲ ନେତା, ସହକର୍ମୀମାନେ ଠିକ୍‌ ନୁହନ୍ତି

ନୂଆଦିଲ୍ଲୀ: ମାଓବାଦୀ ସଂଗଠନ ‘ପିପୁଲସ୍‌ ଲିବେରେସନ୍‌ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଲ୍‌ଏଫ୍‌ଆଇ)’ର ମୁଖ୍ୟ ଦିନେଶ ଗୋପ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ଭଲ ନେତା। ସେ କହିଛନ୍ତି, ପିଏମ୍‌ ମୋଦିଙ୍କ ସହକର୍ମୀମାନେ ଠିକ୍‌ ନୁହନ୍ତି। ଜାତୀୟ ଗଣମାଧ୍ୟକୁ ସାକ୍ଷାତକାର ଦେବାବେଳେ ଗୋପ କହିଛନ୍ତି, ମୋଦି ଜଣେ ଉପଯୁକ୍ତ ଓ ପରିଶ୍ରମି ନେତା ଅଟନ୍ତି କିନ୍ତୁ ଭାରତର ଲୋକତାନ୍ତ୍ରିକ ବ୍ୟବସ୍ଥା ଦୁର୍ନୀତି ଦେଇ ଗତି କରୁଛି। କଂଗ୍ରେସ ସମୟରେ ମଧ୍ୟ ଭାରତରେ ଦୁର୍ନୀତି ମାତ୍ରା ବଢ଼ିଥିଲା। ପିଏଲଏଫଆଇ ନେତା ଗୋପଙ୍କ ଉପରେ ସରକାର ୨୫ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଛନ୍ତି। ଗୋପ ଝାଡଖଣ୍ଡର ଜଙ୍ଗଲ ଭିତରେ ଲୁଚି ରୁହନ୍ତି।

ଗୋପ କହିଛନ୍ତି, ମୋଦି ଠିକ୍‌ ନେତା କିନ୍ତୁ ତାଙ୍କ ନିକଟରତ ଲୋକ ଠିକ ନାହିଁ। ସେ ବହୁତ ପରିଶ୍ରମ କରନ୍ତି। ନେତାମାନେ ଧନୀ ହେଉଛନ୍ତି, ଲୋକ ଗରିବ ହେଉଛନ୍ତି। ପ୍ରଧାନମନ୍ତ୍ରୀ ମଧ୍ୟ ଜଣେ ସାଧାରଣ ଜନତାଙ୍କ ଭଳି ଜୀବନ ବିତାଇବା ଦରକାର। କଂଗ୍ରେସ ସମୟରୁ ଦୁର୍ନୀତିର ଚେର ସୃଷ୍ଟି ହୋଇଛି, ଯାହକି ବିଜେପି ସରକାରରେ ମଧ୍ୟ ଜାରି ରହିଛି। ବିକାଶ ନାମରେ ଆସୁଥିବା ଟଙ୍କାର ୬୦ ପ୍ରତିଶତ ବାଟମାରଣା ହେଉଛି ବୋଲି ମାଓବାଦୀ ନେତା ଗୋପ କହିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅଧିକାରୀ ଟଙ୍କା ଲାଞ୍ଚ ନେଉଛନ୍ତି। ଶୌଚାଳୟ ନିର୍ମାଣରେ ମଧ୍ୟ ଟଙ୍କା ହରିଲୁଟ ହେଉଛି।

ସମ୍ବନ୍ଧିତ ଖବର