ଛତିଶଗଡ଼: ନକ୍ସଲ ଆକ୍ରମଣରେ ଜଳିଲା ବସ୍‌-ଟ୍ରକ

ରାୟପୁର: ଛତିଶଗଡ଼ରେ ନକ୍ସଲମାନେ ବୁଧବାର ସନ୍ଧ୍ୟାରେ ୨ଟି ବସ୍‌ ଓ ଗୋଟିଏ ଟ୍ରକ୍‌ରେ ନିଅାଁ ଲଗାଇଦେଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଦନ୍ତେଓ୍ଵାଡା ଜିଲ୍ଲାରେ ନକ୍ସଲମାନେ ଏହି ଲଙ୍କାକାଣ୍ଡ କରିଛନ୍ତି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାର ଦନ୍ତେଓ୍ଵାଡା ଜିଲ୍ଲାର ଗମଓ୍ଵାଡା ଓ ଧୂର୍ଲି ରାସ୍ତାରେ ନକ୍ସଲମାନେ ଏହି କାଣ୍ଡ କରିଛନ୍ତି।

ସୂଚନାଯୋଗ୍ୟ ସୁରକ୍ଷା କର୍ମୀଙ୍କ ଦ୍ୱାରା ଛତିଶଗଡ଼ର ସୁକମା ଜିଲ୍ଲାରେ ଚଳିତ ଅଗଷ୍ଟ ୬ରେ ୧୫ ଜଣ ନକ୍ସଲଙ୍କୁ ଏନ୍‌କାଉଣ୍ଟରରେ ନିହତ କରାଯାଇଥିବା ପରେ ନକ୍ସଲମାନେ ପ୍ରତିଶୋଧ ପରାୟଣ ହୋଇଛନ୍ତି। ସୁକମା ଜିଲ୍ଲାର ଗୋନ୍ତା ଓ ଗୋଲାପଲ୍ଲୀ ଥାନା ଅଞ୍ଚଳରେ ଦୁଇ ଦିନ ତଳେ ସୁରକ୍ଷା ବାହିନୀର ଯବାନମାନେ ନକ୍ସଲମାନଙ୍କ ଉପରକୁ ଅଚାନକ ଏନ୍‌କାଉଣ୍ଟର କରିଥିଲେ।

ସମ୍ବନ୍ଧିତ ଖବର