୧୨ବର୍ଷ ହେବ ନିଖୋଜ ଥିବା ସେନା ଅଧିକାରୀଙ୍କୁ ପୁଲିସ ନକ୍ସଲ ଭାବି ଏପରି ଧରିଲା

ମଣ୍ଡଲା: ଦୀର୍ଘ ଦିନ ଧରି ନିଖୋଜ ଥିବା ଏହି ପୂର୍ବତନ ସେନା ଅଧିକାରୀଙ୍କ ପାଇଁ ଗତ ଶୁକ୍ରବାର ଏକ ସ୍ୱତନ୍ତ୍ର ଦିନ ଥିଲା। ପାଖାପାଖି ୧୨ବର୍ଷ ପରେ ସେ ନିଜ ପରିବାରଙ୍କୁ ଭେଟିଛନ୍ତି। ସେନା ଓ ତାଙ୍କ ପରିବାରଙ୍କ ମିଳନ ସମୟରେ, ସେଠାରେ ଯିଏବି ଥିଲେ ସମସ୍ତଙ୍କ ଆଖିରେ ଲୁହ ଭରି ଯାଇଥିଲା।

ସୂଚନାଯୋଗ୍ୟ, ପୁଲିସ ଯେଉଁ ଯୁବକଙ୍କୁ ନକ୍ସଲ ଭାବି ଥାନାକୁ ଆଣିଥିଲା ସେ ପୂର୍ବତନ ସେନା ଅଧିକାରୀ ସନ୍ତୋଷ କୁମାର(୪୦) ବୋଲି ଜଣାପଡ଼ିଥିଲା। ଶୁକ୍ରବାର ଭାଇକୁ ନେବାକୁ ପହଞ୍ଚି ଥିବା ସତିଶ କୁମାର କହନ୍ତି, ତାଙ୍କ ଭାଇ ସିକ୍କିମ୍‌ରେ ଜେନେରାଲ ଡିୟୁଟିରେ ଥିଲେ, ସେତେବେଳେ ତାଙ୍କର ବାମ ଆଖି ଖରାପ ହୋଇଯାଇଥିଲା। ଏହାପରେ ସେ ଚାକିରି ଛାଡ଼ି ଦେଇଥିଲେ। କିଛିଦିନ ପରେ କେଉଁ ଆଡେ ନିଖୋଜ ହୋଇଯାଇଥିଲେ ତାଙ୍କର କୌଣସି ପତ୍ତା ମିଳି ପାରି ନ ଥିଲା। ଭାଇ ନିଖୋଜ ହେବା ନେଇ କେରଳର ଏକ ଥାନାରେ ମାମଲା ମଧ୍ୟ ରୁଜୁ କରାଯାଇଥିଲା।

ମୋତିନାଲା ଥାନା ଅଧିକାରୀ ପିଏସ୍‌ ତିଲଗାମ କହିଛନ୍ତି, ଜୁଲାଇ ୩ ତାରିଖରେ ମୋତିନାଲାରୁ ଚିଲ୍ଲପି ଘାଟିର ୩୦ନମ୍ବର ଜାତୀୟ ରାଜପଥରେ ଜଣେ ସନ୍ଦିଗ୍ଧ ଯୁବକ ବୁଲୁଥିବା ନେଇ ସୂଚନା ମିଳିଥିଲା। ସେ ଲୋକମାନଙ୍କ ସହିତ ଅସ୍ତ୍ରଶସ୍ତ୍ରକୁ ନେଇ କଥା ହେଉଥିବା ଜାଣିବାକୁ ମିଳିଥିଲା। ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ସନ୍ଦିଗ୍ଧ ଯୁବକଙ୍କୁ ଗିରଫ କରି ଥାନାକୁ ନେଇ ଯାଇଥିଲା। ସେ ଜଣେ ନକ୍ସଲ ବୋଲି ପୁଲିସ ଭାବିଥିଲା।  ପୁଲିସର ଜେରା ପରେ ଉକ୍ତ ଯୁବକ ଅସ୍ପଷ୍ଟ ଭାଷାରେ ନିଜ ନାମ ସନ୍ତୋଷ ବୋଲି କହିବା ସହିତ କେରଳର ବାସିନ୍ଦା ବୋଲି କହିଥିଲେ।

ସନ୍ତୋଷ କ’ଣ କହୁଛନ୍ତି ପୁଲିସ ତାଙ୍କର ସବୁକଥା ସ୍ପଷ୍ଟ ଭାବେ କିଛି ବୁଝି ପାରି ନଥିଲା। ସେଥିପାଇଁ ଚର୍ଚରୁ ମଲୟାଲମ୍‌ ଭାଷା ଜାଣିଥିବା ସିଷ୍ଟର ମର୍ସିଙ୍କୁ ଡାକିଥିଲେ। ଉକ୍ତ ମହିଳା ଯୁବକଙ୍କ କଥାକୁ ସ୍ପଷ୍ଟ ଭାବେ ବୁଝି ପାରିଥିଲେ। ଏହାପରେ ପୁଲିସ ସନ୍ତୋଷଙ୍କ ପରିବାର ଲୋକଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। ଜୁଲାଇ ୬ ତାରିଖ ଦିନ ସତିଶ ଓ ମୈସେରେ ଭାଇ ସବେରି ସୋତିନାଲା ଥାନାରେ ପହଞ୍ଚି ସନ୍ତୋଷଙ୍କୁ ନେଇ ଯାଇଥିଲେ।

ସମ୍ବନ୍ଧିତ ଖବର