ରାଞ୍ଚି: ସହିଦ ସପ୍ତାହର ଶେଷ ଦିନରେ ମାଓବାଦୀମାନେ ପଡୋଶୀ ଝାଡ଼ଖଣ୍ଡରେ ଲଙ୍କାକାଣ୍ଡ କରିଛନ୍ତି। ମାଓବାଦୀମାନେ ଏକ ଟ୍ରେଲରରେ ନିଅାଁ ଲଗାଇ ଚାଳକଙ୍କୁ ଜୀଅନ୍ତା ମାରି ଦେଇଥିବା ଜଣାପଡ଼ିଛି। ଝାଡ଼ଖଣ୍ଡର ଖୁଣ୍ଟି ଜିଲ୍ଲାର ତମାଡରୋଡ ନିକଟ ସାଇକୋ ଥାନା ଅଞ୍ଚଳର ଆଡା ଘାଟିରେ ମାଓବାଦୀମାନେ ବନ୍ଦ ସମୟରେ ଏକ ଟ୍ରେଲରରେ ନିଅାଁ ଲଗାଇ ଦେଇଛନ୍ତି। ଏହା ପରେ ସେମାନେ ଟ୍ରେଲର ଚାଳକଙ୍କୁ ଜଳୁଥିବା ଟ୍ରେଲରରେ ପକାଇ ଦେଇଛନ୍ତି। ଫଳରେ ଚାଳକ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି।
ମୃତ ଚାଳକଙ୍କ ପରିଚୟ ମିଳିପାରି ନାହିଁ। ଘଟଣା ସଂପର୍କରେ ସୂଚନା ମିଳିବା ପରେ ଏସ୍ପି ଅଶ୍ୱିନୀ ସ୍ନିହା, ଏସ୍ଡିପିଓ ରଣବୀର ସିଂହ ସମେତ ଅନ୍ୟ ଅଧିକାରୀ ପହଞ୍ଚିଛନ୍ତି।
‘ଭାରତୀୟ କମ୍ୟୁନିଷ୍ଟ ପାର୍ଟି’ର ମାଓବାଦୀମାନେ ନକ୍ସଲଙ୍କ ଗିରଫ, ଏନକାଉଣ୍ଟର ନାମରେ ହତ୍ୟା, ମା’-ଭଉଣୀଙ୍କ ସହିତ ହେଉଥିବା ନିର୍ଯ୍ୟାତନା ବିରୋଧରେ ଶୁକ୍ରବାର ଝାଡ଼ଖଣ୍ଡ-ବିହାରରେ ବନ୍ଦ ପାଳନ କରିଛନ୍ତି। ଝାଡଖଣ୍ଡର ଖୁଣ୍ଟି ଜିଲ୍ଲାରେ ସାୟକୋ ଥାନା ଅଞ୍ଚଳରେ ଏକ ଘାଟିରେ ଟ୍ରେଲରରେ ନିଅାଁ ସଂଯୋଗ କରିଛନ୍ତି। ମାଓବାଦୀମାନେ ଚାଳକଙ୍କୁ ଜୀଅନ୍ତା ଜାଳି ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/jh.jpg)