ବିହାରର ଗୟାରେ ନକ୍ସଲଙ୍କ ଭୋଟ ବର୍ଜନ ଚେତାବନୀ, ବିଜେପି ନେତାଙ୍କ ଘରକୁ ଡିନାମାଇଟ ଫୁଟାଇ ଉଡାଇଲେ

ଗୟା : ବିହାରର ଗୟା ଜିଲ୍ଲାର ଦୁମରିଆଠାରେ ଥିବା ବିଜେପି ନେତା ଅନୁଜ କୁମାର ସିଂଙ୍କ ବାସଭବନକୁ ନକ୍ସଲମାନେ ଡିନାମାଇଟ ମାରି ଉଡାଇ ଦେଇଛନ୍ତି । ଏହା ଫଳରେ ଅନୁଜଙ୍କ ବାସଭବନଟି ସଂପୂର୍ଣ୍ଣଭାବେ ଭାଙ୍ଗିଯାଇଛି । ତେବେ ଏହି ଘଟଣାରେ କୌଣସି ମୃତାହତ ଖବର ଏପର୍ଯ୍ୟନ୍ତ ଜଣାପଡିନାହିଁ । ବିସ୍ଫୋରଣ ବେଳେ ଅନୁଜ ଘରେ ନଥିବାରୁ ସେ ସୁରକ୍ଷିତ ଅଛନ୍ତି ।

ANI

ଏହି କାଣ୍ଡଘଟାଇବା ସହ ନକ୍ସଲମାନେ ଉକ୍ତ ସ୍ଥାନରେ ଏକ ପୋଷ୍ଟର ମଧ୍ୟ ଛାଡିଯାଇଛନ୍ତି । ଏଥିରେ ଭୋଟ ବର୍ଜନ କରିବାକୁ ନକ୍ସଲମାନେ ଧମକ ଦେଇଛନ୍ତି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଅଞ୍ଚଳରେ ପ୍ରଥମ ପର୍ଯ୍ୟାୟ ଅର୍ଥାତ ଏପ୍ରିଲ ୧୧ରେ ଭୋଟ ଗ୍ରହଣ ହେବାକୁ ଥିବାବେଳେ ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି । ନକ୍ସଲଙ୍କ ଧମକ ଦୃଷ୍ଟିରୁ ଅଞ୍ଚଳରେ ସୁରକ୍ଷା ବଢାଇବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି । ପ୍ରଶାସନ ମଧ୍ୟ ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏ ଅଂଚଳରେ ଅତିରିକ୍ତ ସୁରକ୍ଷାବଳ ନିୟୋଜିତ କରିଛି ।

ସମ୍ବନ୍ଧିତ ଖବର