ସରକାର ଗଢିବାକୁ ଆଉ କିଛିଦିନ ସମୟ ଆବଶ୍ୟକ : କଂଗ୍ରେସ-ଏନସିପି

ମୁମ୍ବାଇ : ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି ହେବା ପରେ ମଧ୍ୟ ଏନସିପି, କଂଗ୍ରେସ ଓ ଶିବସେନା ମଧ୍ୟରେ ଭାଗ ଛିଣ୍ଡିପାରିନାହିଁ । ଶିବସେନାକୁ ସମର୍ଥନ ନେଇ କଂଗ୍ରେସ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହିଁ । କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲ, ମଲ୍ଲିକାର୍ଜୁନ ଖଡଗେ ଓ କେସି ଭେନୁଗୋପାଳ ମୁମ୍ବାଇରେ ପହଞ୍ଚି ଏନସିପି ମୁଖ୍ୟ ଶରଦ ପାଓ୍ଵାରଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସମାଧାନ ବାହାରିପାରି ନାହିଁ । ମିଳିତ ସରକାରରେ ସାମିଲ ହେବାକୁ ଏନସିପି କଂଗ୍ରେସକୁ ଅନୁରୋଧ କରୁଥିବାବେଳେ କଂଗ୍ରେସ ୫ ବର୍ଷ ପାଇଁ ଉପମୁଖ୍ୟମନ୍ତ୍ରୀ ପଦ ଚାହୁଁଛି । ଅନ୍ୟପକ୍ଷରେ ଶିବସେନା ସହିତ ପାଳି କରି ମୁଖ୍ୟମନ୍ତ୍ରୀ ହେବାକୁ ଏନସିପି ଆଶାୟୀ ଅଛି ।

ଏହି ବୈଠକ ପରେ କଂଗ୍ରେସ ନେତା ଅହମଦ ପଟେଲ କହିଛନ୍ତି ଯେ ସରକାର ଗଠନ ନିମନ୍ତେ ସର୍ବନିମ୍ନ ସାଧାରଣ କାର୍ଯ୍ୟକ୍ରମ ଆବଶ୍ୟକ । ଏହାକୁ ପ୍ରସ୍ତୁତ କରିବାକୁ ଆଉ କିଛିଦିନ ଆବଶ୍ୟକ । ଏହା ପରେ ହିଁ ଶିବସେନାକୁ ସମର୍ଥନ ବିଷୟରେ ଘୋଷଣା କରାଯିବ ।

ସମ୍ବନ୍ଧିତ ଖବର