ଏନସିପିର ଉପସଭାପତି ଏବଂ କଂଗ୍ରେସର କର୍ପୋରେଟର ଭାଜପାରେ ଯୋଗ ଦେଲେ

ମୁମ୍ବାଇ:ଲୋକସଭା ନିର୍ବାଚନରେ କିଛି ଦିନ ପୂର୍ବରୁ ମହାରାଷ୍ଟ୍ରରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)କୁ ଏକ ବଡ଼ ଝଟ୍‌କା ଲାଗିଛି। ଏନସିପିର ପ୍ରଦେଶ ଉପସଭାପତି ଭାରତୀ ପାଓ୍ଵାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଏହାଛଡ଼ା କଂଗ୍ରେସର ବରିଷ୍ଠ ନେତା ପ୍ରବୀଣ ଛେଡା ମଧ୍ୟ କ୍ଷମତାସୀନ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିବା ଜଣାଯାଇଛି। ଉଭୟ ନେତା ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି।

 

PHOTO NAVBHARATTIMES

ଭାରତୀ ପାଓ୍ଵାର ୨୦୧୪ ଲୋକସଭା ନିର୍ବାଚନରେ ଡିଣ୍ଡୋରି ଆସନରୁ ଭାଜପାର ହରିଶ୍ଚନ୍ଦ୍ର ଚୌହ୍ଵାନଙ୍କଠାରୁ ପରାଜିତ ହୋଇଥିଲେ। ଅପରପକ୍ଷରେ ପ୍ରବୀଣ ଛେଡ଼ା ବୃହନ୍ନ ମୁମ୍ବାଇ ମହାନଗର ପାଳିକା (ବିଏମ୍‌ସି)ର ତିନି ତିନି ଥର କର୍ପୋରେଟର ଥିଲେ। ସାତ ବର୍ଷ ତଳେ ପ୍ରବୀଣ ଭାଜପା ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ। କୁହାଯାଉଛି ଯେ ସ୍ଥାନୀୟ ବିଧାୟକ ପ୍ରକାଶ ମେହଟ୍ଟାଙ୍କ ସହ ମତଭେଦ କାରଣରୁ ଭାଜପା ଛାଡ଼ିଥିଲେ। ଏବେ ମେହେଟ୍ଟା ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଅଛନ୍ତି। ଏଦୁହିଁଙ୍କ ଦଳରେ ଯୋଗଦାନା ଭାରତୀୟ ଜନତା ପାର୍ଟିକୁ ମଜଭୁତ କରିବ ବୋଲି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ କହିଛନ୍ତି।

ସମ୍ବନ୍ଧିତ ଖବର