ନାବାଳିକା ଛାତ୍ରୀ ସନ୍ତାନ ପ୍ରସବ ମାମଲା : ୩ ଜିଲ୍ଲାର ଏସ୍‌ପିଙ୍କୁ ଏନ୍‌ସିପିସିଆର ନୋଟିସ୍‌

ନୂଆଦିଲ୍ଲୀ : ରାଜ୍ୟର ବିଭିନ୍ନ ସ୍ଥାନରେ ଘଟିିଥିବା ଛାତ୍ରୀ ଗର୍ଭବତୀ ଘଟଣାରେ ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିସନ୍‌ ସମ୍ପୃକ୍ତ ଜିଲ୍ଲାର ଏସ୍‌ପିମାନଙ୍କୁ ନୋଟିସ୍‌ ପ୍ରଦାନ କରିଛନ୍ତି। ଏହି ଜିଲ୍ଲା ଗୁଡ଼ିକ ହେଲା, କଳାହାଣ୍ଡି, ଯାଜପୁର ଓ ଢେଙ୍କାନାଳ। ୧୦ ଦିନ ମଧ୍ୟରେ ଜବାବ ଦେବା ପାଇଁ ଏହି ନୋଟିସ୍‌ରେ କୁହାଯାଇଛି।

ପ୍ରକାଶଥାଉକି, ନର୍ଲା ବିଦ୍ୟାଳୟ ଛାତ୍ରୀ ନିବାସରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଅନ୍ତଃସତ୍ତ୍ବା ଘଟଣା ଲୋକଲୋଚନକୁ ଆସିଥିଲା। ସେହିଭଳି, ଢେଙ୍କାନାଳ ସପ୍ତଶଯ୍ୟା ଆଶ୍ରମ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ମାମଲା ତଥା ଯାଜପୁରର ଜଣେ ନାବାଳିକା ସ୍ବାସ୍ଥ୍ୟକେନ୍ଦ୍ରରେ ଶିଶୁ କନ୍ୟା ଜନ୍ମ ଦେବା ଘଟଣା ଆଲୋଡ଼ନ ସୃଷ୍ଟି କରିଥିଲା। ୩ ଜିଲ୍ଲାର ଏସ୍‌ପି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାପାଇଁ ଏନ୍‌ସିପିସିଆରଙ୍କ ଦ୍ବାରା ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର