ହାଇଦ୍ରାବାଦ: ନେସ୍ନାଲ୍ କ୍ରାଇମ୍ ରେକର୍ଡସ୍ ବ୍ୟୁରୋ (ଏନ୍ସିଆର୍ବି) ନିର୍ଦେଶକ ଈଶ କୁମାର ଗୁରୁବାର ଦିନ ପ୍ରସ୍ତାବ ଦେଇଛନ୍ତି ଯେ ପ୍ରଥମ ଥର ଅପରାଧ କରୁଥିବା ବ୍ୟକ୍ତି ଓ ଅଚିହ୍ନା ଶବ ଚିହ୍ନଟ କରିବା ପାଇଁ ପୁଲିସକୁ ସୀମିତ ଆଧାର ତଥ୍ୟ ହାସଲ କରିବାକୁ ଅନୁମତି ମିଳୁ।
Sambad is now on WhatsApp
Join and get latest news updates delivered to you via WhatsApp
ଡାଇରେକ୍ଟର୍ସ ଅଫ୍ ଫିଙ୍ଗର୍ପ୍ରିଣ୍ଟ୍ସ୍ ବ୍ୟୁରୋର ୧୯ତମ ଅଖିଳ ଭାରତୀୟ ସମ୍ମିଳନୀ ଅବସରରେ ଏନ୍ସିଆରବି ମୁଖ୍ୟ କହିଲେ ଯେ ପ୍ରତିବର୍ଷ ଦେଶରେ ୫୦ ଲକ୍ଷ ମାମଲା ରୁଜୁ କରାଯାଉଛି। ସେଥିରୁ ୮୦-୮୫% ହେଉଛନ୍ତି କୌଣସି ପୁଲିସ ରେକର୍ଡ ନ ଥିବା ପ୍ରଥମ ଥର ଅପରାଧୀ। ଆହୁରି ମଧ୍ୟ ବର୍ଷକୁ ୪୦ ହଜାର ଅଚିହ୍ନା ଶବ ମିଳୁଛି।
ଆଧାର ତଥ୍ୟ ହାସଲ କରିହେଲେ ଏହି ଶବଗୁଡ଼ିକୁ ଚିହ୍ନଟ କରି ସେମାନଙ୍କର ଆତ୍ମୀୟ ସ୍ୱଜନଙ୍କୁ ହସ୍ତାନ୍ତର କରିହେବ।
ଗୃହ ବିଭାଗର କନିଷ୍ଠ ମନ୍ତ୍ରୀ ହଂସରାଜ ଅହିର କହିଛନ୍ତି ଯେ ଆଇଡେଣ୍ଟିଫିକେସନ୍ ଅଫ୍ ପ୍ରିଜ୍ନର୍ସ ଆକ୍ଟ୍ ସହ କୁମାରଙ୍କ ପ୍ରସ୍ତାବ ମନ୍ତ୍ରାଳୟରେ ଆଲୋଚନା ହେବ।