ପାକ୍‌ ଜେଲ୍‌ରେ ବନ୍ଦୀ ଥିବା ମତ୍ସ୍ୟଜୀବୀ ପତ୍ନୀଙ୍କୁ ଚିଠି ଲେଖି ଜଣାଇଲେ ନିଜ ଦୁଃଖ

ପାକିସ୍ତାନ: ପାକିସ୍ତାନ ଜେଲରେ ବନ୍ଦୀ ଥିବା ୫୦୦ରୁ ଅଧିକ ଭାରତୀୟ ମତ୍ସ୍ୟଜୀବୀଙ୍କୁ ସରକାର ଓ ମେଡିକାଲ ସେବା ସଠିକ୍‌ ଭାବେ ମିଳୁ ନଥିବାର ଏକ ସମ୍ଭେଦନଶୀଳତାର ଖବର ସାମ୍ନାକୁ ଆସିଛି। କୋଟଡା ଗ୍ରାମରେ ବସବାସ କରୁଥିବା ପୁଞ୍ଜାଭାଇ ସୋମାଭାଇ ଜାଓ୍ଵଡା ନାମକ ଜଣେ ମତ୍ସ୍ୟଜୀବୀ ପାକ୍‌ ଜେଲରେ ବନ୍ଦୀ ଅଛନ୍ତି। ସେ ସେଠାରୁ ପତ୍ନୀଙ୍କ ପାଖକୁ ଚିଠି ଲେଖି ନିଜ ଦୁଃଖ ଜଣାଇଛନ୍ତି।

ପୁଞ୍ଜାଭାଇ କହିଛନ୍ତି କି, ପାକିସ୍ତାନରେ ଭାରତୀୟ କଏଦୀମାନଙ୍କ ସହିତ ଅନ୍ୟାୟ କରାଯାଉଛି। ମୋର ଶରୀର ଅନେକ ଦିନ ହେବ ଅସୁସ୍ଥ ରହିଛି। ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଉଥିଲେ ହେଁ ସେଠାରେ ଭାରତୀୟ ହୋଇଥିବା ହେତୁ ଉଚିତ ଚିକିତ୍ସା ଦିଆଯାଉ ନାହିଁ। ତେଣୁ ମୋର ରୋଗ ଭଲ ହେଉ ନାହିଁ। ବହୁତ କଷ୍ଟ ହେଉଛି।

ମତ୍ସ୍ୟଜୀବୀଙ୍କ ପରିବାର ବୈଦେଶିକ ମନ୍ତ୍ରାଳୟକୁ ପୂର୍ବରୁ ବି ଏନେଇ ଅଭିଯୋଗ କରି ସାରିଛନ୍ତି। ୨୦୧୭ ନଭେମ୍ବର ୧୧ରେ ସମୁଦ୍ରରେ ପୁଞ୍ଜାଭାଇ ମାଛ ଧରୁଥିଲେ। ସେହି ସମୟରେ ପାକିସ୍ତାନ ମରିନ୍‌ ତାଙ୍କୁ ଧରି ନେଇ ଜେଲରେ ବନ୍ଦୀ କରି ଦେଇଥିଲେ।

ସମ୍ବନ୍ଧିତ ଖବର