ନିଟ୍‌ ୨୦୧୮ ଟପ୍ପର କଳ୍ପନା କୁମାରୀଙ୍କ ମାର୍କସିଟ୍‌ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ: ଦେଶର ଜଣାଶୁଣା ମେଡିକାଲ୍‌ କଲେଜରେ ନାମ ଲେଖା ଲାଗି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ (ସିବିଏସଇ) ପରିଚାଳିତ ପ୍ରବେଶିକା ପରୀକ୍ଷା ନିଟ୍‌ ୨୦୧୮ର ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ବିହାରର କଳ୍ପନା କୁମାରୀ ଏ ବର୍ଷ ନିଟ୍‌ ୨୦୧୮ରେ ଟପ୍‌ କରିଛନ୍ତି। ନିଟ୍‌ ପରୀକ୍ଷାରେ ୯୯.୯୯ ପ୍ରତିଶତ ନମ୍ବର ରଖି କଳ୍ପନା ସମସ୍ତଙ୍କୁ ଅଶ୍ଚର୍ଯ୍ୟ କରିଛନ୍ତି । ବିହାରରେ କଳ୍ପନାଙ୍କ ଜନ୍ମ ହୋଇଥିବା ବେଳେ ଦିଲ୍ଲୀରେ ରହି ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିଲେ ବୋଲି ଜଣାପଡ଼ିଛି ।

oneindia.com

ପରୀକ୍ଷା ଫଳ ଆସିବା ପରେ ସେ ଟପ୍ପର ହୋଇଥିବା ଜାଣି ବିଶ୍ୱାସ କରି ପାରୁନାହାନ୍ତି କଳ୍ପନା । ଅନ୍ୟ ପକ୍ଷରେ ନିଟ୍‌ରେ ଟପ୍‌ କରିବା ପରେ ସୋସିଆଲ ମିଡ଼ିଆରେ ତାଙ୍କ ମାର୍କସିଟ୍‌ର ଏକ ଫଟୋ ଭାଇରାଲ ହୋଇଛି । ସେଥିରେ ଲେଖା ଯାଇଥିବା ମାର୍କକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି । ପାଦାର୍ଥ ବିଜ୍ଞାନରେ ୧୮୦ରୁ ୧୭୧ ଏବଂ ରସାୟନ ବିଜ୍ଞାନରେ ୧୬୦ ଏବଂ ବାୟୋଲୋଜିରେ ୩୬୦ରୁ ପୂରା ୩୬୦ ନମ୍ବର ରଖିଥିବା ଦେଖା ଯାଇଛି । ନିଟ୍‌ର ସଂପୂର୍ଣ୍ଣ ମାର୍କ ୭୨୦ଥିବା ବେଳେ କଳ୍ପନା ୬୯୧ନମ୍ବର ରଖିଛନ୍ତି । ସୂଚନା ମୁତାବକ, ମେ ୬ରେ ନିଟ୍‌ ପରୀକ୍ଷାର ଅନୁଷ୍ଠିତ ହୋଇଥିବା ବେଳେ ପ୍ରାୟ ୧୩,୩୬୦୦୦ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ ।

ସମ୍ବନ୍ଧିତ ଖବର