ବିଦେଶରେ ଡାକ୍ତରୀ ପଢିବାକୁ ହେଲେ ଏନଇଇଟି ଦେବାକୁ ପଡ଼ିବ

ନୂଆଦିଲ୍ଲୀ: ଏଣିକି ବିଦେଶରେ ଡାକ୍ତିରୀ ଶିକ୍ଷା ହାସଲ କରିବାକୁ ଯାଉଥିବା ପିଲାମାନଙ୍କୁ ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ (ଏନଇଇଟି) ଦେବାକୁ ହେବ । ଏନେଇ ଏକ ପ୍ରସ୍ତାବକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମଂଜୁର କରିଛି । ତେବେ ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ବିଦେଶକୁ ଡାକ୍ତରୀ ପଢିବାକୁ ଯାୁଥିବା ପ୍ରାୟ ୨-୩ ହଜାର ପିଲା ପ୍ରଭାବିତ ହେବାର ଆଶଙ୍କା ରହିଛି । ସରକାରଙ୍କ ନିଷ୍ପତ୍ତି ଅନୁସାରେ ବିଦେଶରେ ଡାକ୍ତିରୀ ଶିକ୍ଷା ହାସଲ କରିବାକୁ ଯାଉଥିବା ପିଲାମାନେ ଏନଇଇଟି ପରୀକ୍ଷା ଦେଇ ଏଲିଜିବିଲିଟି ସାର୍ଟିଫିକେଟ୍‌ ପାଇବାକୁ ହେବ । ଏହା ପରେ ହିଁ ସେମାନେ ବାହାରକୁ ଯାଇପାରିବେ ଓ ତାଙ୍କର ବିଦେଶୀ ଡିଗ୍ରୀକୁ ମାନ୍ୟତା ଦିଆଯିବ । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ବିଦେଶୀ ବିଶ୍ୱ ବିଦ୍ୟାଳୟମାନେ ଭାରତୀୟ ଛାତ୍ରଛାତ୍ରୀଙ୍କ ଯୋଗ୍ୟତା ପରୀକ୍ଷା ନକରି ଡାକ୍ତରୀ ଶିକ୍ଷା ପାଇଁ ଗ୍ରହଣ କରୁଛନ୍ତି ।

ଭାରତରେ ଥିବା ୬୮ ହଜାର ଏମବିବିଏସ ସିଟ୍‌ ପାଇଁ ପ୍ରତିବର୍ଷ ପ୍ରାୟ ୧୨ ଲକ୍ଷ ପିଲା ଏନଇଇଟି ପରୀକ୍ଷା ଦିଅନ୍ତି । ସେମାନଙ୍କ ମଧ୍ୟରୁ ପ୍ରାୟ ୬ ଲକ୍ଷ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଅନ୍ତି । ଅବଶିଷ୍ଟ ଡେଣ୍ଟାଲ, ଆୟୁଷ ପାଠ ପଢିବା ପାଇଁ ଯାଆନ୍ତି । ଆଉ କିଛି ବିଦେଶକୁ ପଢିବାକୁ ଯାଆନ୍ତି । ଏ ମାନଙ୍କ ସଂଖ୍ୟା ପ୍ରାୟ ୨ରୁ ୩ ହଜାର ହେବ ।

ସମ୍ବନ୍ଧିତ ଖବର