ନେହାଲ୍‌ ଚୁଡାସମା ହେଲେ ମିସ୍‌ ୟୁନିଭର୍ସ ଇଣ୍ଡିଆ-୨୦୧୮

ମୁମ୍ବାଇ: ନେହାଲ୍‌ ଚୁଡାସମା ମିସ୍‌ ୟୁନିଭର୍ସ ଇଣ୍ଡିଆ-୨୦୧୮ ଭାବେ ମନୋନୀତ ହୋଇଛନ୍ତି। ଲୋକପ୍ରିୟ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଏହି ବିଷୟ ଘୋଷଣା କରିଛନ୍ତି। ୟାମା ଫାସିନୋ -ମିସ୍‌ ଡିଭା ୨୦୧୮ରେ ଏହା ଘୋଷଣା କରାଯାଇଛି।

ଠିକ୍‌ ସେହିପରି ଏଥିରେ ଅଦିତି ହୁୁଣ୍ଡିଆଙ୍କୁ ୟାମହା ଫାସିନୋ ମିସ୍‌ ଡିଭା ସୁପ୍ରନାସନାଲ୍‌ -୨୦୧୮ ଓ ରୋଶନି ସୋରାନ୍‌ଙ୍କୁ ୟାମହା ଫାସିନୋ ମିସ୍‌ ଡିଭା-୨୦୧୮ ଭାବେ ଘୋଷିତ କରାଯାଇଛି। ୟାମହା ମିସ୍‌ ଡିଭା-୨୦୧୮ ମିସ୍‌ ୟୁନିଭର୍ସ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିବେ ବୋଲି ଜଣାଯାଇଛି।

ଏହି ପ୍ରତିଯୋଗିତାର ଶେଷ ପର୍ଯ୍ୟାୟରେ ୧୯ ଜଣ ସୁନ୍ଦରୀ ଅଂଶ ଗ୍ରହଣ କରିଥିଲେ। ଏଥିରେ ମିସ୍‌ ୟୁନିଭର୍ସ ୨୦୦୦ ତଥା ବିଖ୍ୟାତ ଅଭିନେତ୍ରୀ ଲାରା ଦତ୍ତ, ମିସ୍‌ ୟୁନିଭର୍ସ-୨୦୧୭ ଡେମି-ଲେହ ନେଲ-ପିଟରସ୍‌, ଦୁଇ ଡିଜାଇନର୍‌ ଫାଲଗୁନି ଓ ସେନ୍‌ ପିକକ୍‌,ଜଣାଶୁଣା ଅଭିନେତା ସୁଶାନ୍ତ ସିଂହ ରାଜପୁତ, ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟି ଓ ନେହା ଧୂପିଆ ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିଲେ।

ଏହି ଗ୍ରାଣ୍ଡ୍‌ ଫିନାଲେରେ ସୁନ୍ଦରୀ ନାୟିକା ସୋନାକ୍ଷୀ ସିହ୍ନା ଓ ଟାଇଗର୍‌ ଶ୍ରଫ୍‌ ପରଫରମ୍‌ କରିଥିଲେ। ଏହି କାର୍ଯ୍ୟକ୍ରମର ସଞ୍ଚାଳନ କରିଥିଲେ ମଲ୍ଲାଇକା ଅରୋରା ଓ ସୋଫି ଚୌଧୁରୀ। ଏହି ପ୍ରତିଯୋଗିତାର ଅଡିସନ୍‌ ୨୦୧୮ ଜୁନ୍‌ ୧୬ ତାରିଖରୁ ଲକ୍ଷ୍ନୌ,ଦିଲ୍ଲୀ,କୋଲକତା,ଇନ୍ଦୋର,ହାଇଦ୍ରାବାଦ,ପୁନେ,ଅହମଦାବାଦ,ବେଙ୍ଗଲୁରୁ ଓ ଚଣ୍ଡିଗଡ଼ ଆଦିଠାରେ ହୋଇଥିଲା।

ସମ୍ବନ୍ଧିତ ଖବର