ନେପାଳରେ ଆଉ ଚାଲିବନି ୨୦୦, ୫୦୦ ଓ ୨୦୦୦ ଟଙ୍କିଆ ଭାରତୀୟ ନୋଟ୍!

କାଠମାଣ୍ଡୁ : ଭାରତ ସରକାର ବିମୁଦ୍ରାକରଣ ଘୋଷଣା କରିବା ପରେ ଭାରତର ନୂଆ ମୁଦ୍ରା ନେପାଳରେ ବେଆଇନ ଘୋଷଣା କରାଯାଇଛି । ନେପାଳରେ ଆଜି ୨ହଜାର, ୫ଶହ ଓ ୨ଶହ ଟଙ୍କିଆ ନୋଟ୍ ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଛି । ଏବେ ଏହି ଭାରତୀୟ ମୁଦ୍ରାକୁ ନିଜ ସହିତ ନେଇ ନେପାଳ ଯିବା, ନିଜ ପାଖରେ ରଖିବା ଓ ଏହି ନୋଟ୍ ବଦଳରେ ଜିନିଷ କିଣିବା ବେଆଇନ ହେବ। ନେପାଳର ସଂଚାର ଓ ସୂଚନା ମନ୍ତ୍ରୀ ଗୋକୁଲ ପ୍ରସାଦ ବାସ୍କୋଟା ରାତି ଅଧିଆ ଏହାର ନିଷ୍ପତ୍ତି ନେଇଛନ୍ତି । ନେପାଳର କ୍ୟାବିନେଟ୍ ତତ୍କାଳ ଏହାର ପ୍ରଭାବ ଦ୍ୱାରା ଆଦେଶକୁ ଲାଗୁ କରିବାର ଆଦେଶ ଦେଇଛନ୍ତି । ଏହି ନିଷ୍ପତ୍ତିର ପ୍ରଭାବ ନେପାଳର ପର୍ଯ୍ୟଟନ ଉପରେ ପଡିବ । ଭାରତୀୟ ପର୍ଯ୍ୟଟକଙ୍କୁ ମଧ୍ୟ ଏହା ଦ୍ୱାରା ଅନେକ ଅସୁବିଧା ହେବ । ଏହି ନୋଟ୍ ଗୁଡିକର ପ୍ରଚଳନ ସଂପୂର୍ଣ୍ଣ ରୂପେ ବନ୍ଦ କରିବାର ନିଷ୍ପତ୍ତି ହୋଇଛି ।

ଏବେ ଭାରତୀୟଙ୍କୁ ନେପାଳରେ ବ୍ୟବହାର ପାଇଁ ୧୦୦-୫୦ କିମ୍ବା ଛୋଟ ନୋଟ୍ ନେବାକୁ ପଡିବ । ତା’ପରେ ସେହି ନୋଟ୍ ଗୁଡିକୁ ନେପାଳର ବର୍ଡରରେ ନେପାଳର ମୁଦ୍ରା ସହିତ ବଦଳାଇବାକୁ ପଡିବ । ଭାରତୀୟ ମୁଦ୍ରା ନେପାଳରେ ସହଜରେ ଚାଲେ । ନେପାଳ ସରକାର ବି ମାନୁଛନ୍ତି କି, ଏହାର ପ୍ରଭାବ ନେପାଳର ପର୍ଯ୍ୟଟନ ଉଦ୍ୟୋଗ ଉପରେ ପଡିବ । କିନ୍ତୁ ଦେଶର ହିତ ପାଇଁ ଏହା ଜରୁରୀ ଥିଲା ।

ସମ୍ବନ୍ଧିତ ଖବର