ନେପାଳରେ ଗୋଟିଏ ଦିନରେ ୭୨ କରୋନା ଆକ୍ରାନ୍ତ ଚିହ୍ନଟ, ଭାରତକୁ ଦାୟୀ କଲେ ପ୍ରଧାନମନ୍ତ୍ରୀ ଓଲି

କାଠମାଣ୍ଡୁ : ପୁଣି ଭାରତ ବିରୁଦ୍ଧରେ ବିଷୋଦଗାର କରିଛନ୍ତି ନେପାଳ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲି । ସୋମବାରଦିନ ସେ କହିଛନ୍ତି ଯେ ଭାରତରୁ ଆସୁଥିବା ଲୋକମାନଙ୍କ ଯୋଗୁଁ ନେପାଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଭାରତରୁ ଆସୁଥିବା ଲୋକମାନଙ୍କ ଯାଞ୍ଚ କରାଯାଉନାହିଁ , ଏଣୁ ସେମାନେ ନେପାଳରେ ବି ସଂକ୍ରମଣ ବଢାଉଛନ୍ତି ବୋଲି ସେ କହିଛନ୍ତି ।

ନେପାଳରେ ମୋଟ ସଂକ୍ରମିତ ସଂଖ୍ୟା ୬୭୫ ଥିବାବେଳେ ୮୭ ଜଣ ଆରୋଗ୍ୟ ଲାଭ କରିଛନ୍ତି ଓ ୩ ଜଣ ମୃତ୍ୟୁବରଣ କରିଛନ୍ତି । ଆଜି ଗୋଟିଏ ଦିନରେ ନେପାଳରେ ସର୍ବାଧିକ ୭୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ବୃଦ୍ଧି ପାଇଁ ନେପାଳ ପ୍ରଧାନମନ୍ତ୍ରୀ ଭାରତକୁ ଦୋଷ ଦେଉଛନ୍ତି ।

ଦୁଇଦେଶ ମଧ୍ୟରେ ଏବେ କାଳାପାନି ଓ ଲିପୁଲେଖ ଅଞ୍ଚଳକୁ ନେଇ ବିବାଦ ଦେଖାଦେଇଛି । ନେପାଳ ସୀମାରେ ଥିବା ଏହି ଅଞ୍ଚଳ ଭାରତୀୟ ଅଞ୍ଚଳ ହୋଇଥିଲେ ମଧ୍ୟ ନେପାଳ ତାହାକୁ ନିଜର ଅଞ୍ଚଳବୋଲି ଦାବି କରୁଛି । ନିକଟରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଏହି ଅଞ୍ଚଳରେ ଏକ ପୋଲ ଉଦଘାଟନ କରିଥିଲେ । ଏହାକୁ ନେଇ ନେପାଳ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା । ଗତ ସପ୍ତାହରେ ନେପାଳ କ୍ୟାବିନେଟ ଏକ ନୂଆ ରାଜନୈତିକ ମାନଚିତ୍ର ଜାରି କରିଛି ଯେଉଁଥିରେ ଏସବୁ ଅଞ୍ଚଳ ନେପାଳର ଥିବା ଦର୍ଶାଯାଇଛି । ଏହାକୁ ଭାରତ ବିରୋଧ କରୁଛି ।

ସମ୍ବନ୍ଧିତ ଖବର