କାଠମାଣ୍ଡୁ: ନେପାଳ ନିଜର ପ୍ରଥମ ଉପଗ୍ରହ ନେପାଳିସ୍ୟାଟ-୧ର ସଫଳ ପରୀକ୍ଷଣ କରିଛି। ଆମେରିକାର ଭର୍ଜିନିଆ ଠାରେ ଏହାର ସଫଳ ପରୀକ୍ଷଣ କରାଯାଇଥିବା ବେଳେ ନେପାଳ ଦେଶବାସୀ ଏବଂ ବୈଜ୍ଞାନିକଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ଏହି ଉପଲବ୍ଧି ପାଇଁ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇ ଏହା ଦେଶ ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି। ଜାତିସଂଘର ବାର୍ଡସ ପ୍ରକଳ୍ପ ସହାୟତାରେ ନେପାଳର ଦୁଇ ବୈଜ୍ଞାନିକ ଆଭାସ ମାସ୍କେ ଏବଂ ହରିରାମ ଶ୍ରେଷ୍ଠ ଏହି ନେପାଳିସ୍ୟାଟ-୧ ନିର୍ମାଣ କରିଛନ୍ତି। ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଏହି ଉପଗ୍ରହ ଏକ ମାସ ରହିବା ପରେ ପୃଥବୀ ପରିକ୍ରମା ପାଇଁ ନିୟୋଜିତ କରାଯିବ। ଉକ୍ତ ଉପଗ୍ରହ ନେପାଳର ଭୌଗୋଳିକ ତଥ୍ୟ ସୁବିଧାରେ ହାସଲ କରିବାରେ ସହାୟକ ହେବ ବୋଲି କହାଯାଉଛି।
ନେପାଳର ପ୍ରଥମ ଉପଗ୍ରହ ପରୀକ୍ଷଣ ସଫଳ
/sambad/media/post_attachments/wp-content/uploads/2019/04/Untitled-12-15.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)