ନେଦରଲାଣ୍ଡ୍‌ର ରୟାଲ ବର୍ଗର୍ସ ଚିଡ଼ିଆଖାନା: ଚର୍ଚ୍ଚାରେ ସିମ୍ପାଞ୍ଜିର ବିରଳ ଭଲ ପାଇବା

ଆମ୍‌ଷ୍ଟର୍‌ଡାମ୍‌: ନେଦରଲାଣ୍ଡ୍‌ର ଅର୍ନହେମ୍‌ ସ୍ଥିତ ରୟାଲ ବର୍ଗର୍ସ ଚିଡ଼ିଆଖାନାରେ ଏକ ପ୍ରସିଦ୍ଧ ସିମ୍ପାଞ୍ଜି କଲୋନିରେ ମାମା ନାମକ ଏକ ୫୯ ବର୍ଷୀୟା ସିମ୍ପାଞ୍ଜି ତା’ ଜୀବନର ଶେଷ ସମୟରେ ଖାଇବା ପିଇବା ଛାଡ଼ି ଦେଇଥିଲା। ସେ ଜାଣି ସାରିଥିଲା ଯେ ଜୀବନର ଶେଷ ସମୟରେ ସେ ଉପନୀତ ହୋଇସାରିଛି। କାହା ସହ ମିଳା ମିଶା କରୁନଥିଲା କି କାହା ହାତରୁ ଖାଉନଥିଲା। କିନ୍ତୁ ତା’କୁ ବହୁ ବର୍ଷ ତଳେ ଲାଳନପାଳନ କରିଥିବା ଜଣେ ଫ୍ରଫେସର ଜାନ୍‌ ଭାନ୍‌ ହୁଫ୍‌ ତାକୁ ଯେତେବେଳେ ଶେଷ ସମୟରେ ଦେଖା ଦେଇଥିଲେ ସେ ସମୟରେ ମାମା ଯେଭଳି ଖୁସି ହୋଇଥିଲା ଏବଂ ହୁଫ୍‌ଙ୍କୁ ଯେଭଳି ଶ୍ରଦ୍ଧାରେ ଆଲିଙ୍ଗନ କରି ତାଙ୍କ ପାଖ ଛାଡ଼ି ନଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ମାମା ମଧ୍ୟ ହୁଫ୍‌ଙ୍କ ହାତରୁ ଖାଇବା ଗ୍ରହଣ କରିଥିଲା। ମାମା ୧୯୭୨ରୁ ହୁଫ୍‌ଙ୍କୁ ଭଲଭାବେ ଜାଣେ। ହୁଫ୍‌ ମାମାର ଯତ୍ନ ନେଉଥିଲେ। ଏପ୍ରିଲ ୨୦୧୬ ମସିହାର ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର