ମହାକାଶରେ ଯୁଦ୍ଧ ଲଢ଼ିବାକୁ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଗଠନ କଲେ ‘ଡିଫେନ୍ସ ସ୍ପେସ୍‌ ରିସର୍ଚ୍ଚ ଏଜେନ୍ସି’ (ଡିଏସ୍‌ଆରଓ)

ନୂଆଦିଲ୍ଲୀ: ମହାକାଶରେ ଯୁଦ୍ଧ ଲଢ଼ିବା ପାଇଁ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ନିର୍ମାଣ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ନୂତନ ଏଜେନ୍ସି ବା ପ୍ରତିଷ୍ଠାନର ଗଠନ କରିଛନ୍ତି। ଇତିମଧ୍ୟରେ ମୋଦିଙ୍କ ୨.୦ କ୍ୟାବିନେଟର ପ୍ରତିରକ୍ଷା ସୁରକ୍ଷା କମିଟି ଏହି ପ୍ରତିଷ୍ଠାନକୁ ମଞ୍ଜୁରୀ ପ୍ରଦାନ କରିବା ସହ ଏହାକୁ ‘ଡିଫେନ୍ସ ସ୍ପେସ୍‌ ରିସର୍ଚ୍ଚ ଏଜେନ୍ସି’ (ଡିଏସ୍‌ଆରଓ) ନାମରେ ନାମିତ କରିଛି। ଏହି ନବଗଠିତ ସଂସ୍ଥାର ଲକ୍ଷ୍ୟ ଓ କାର୍ଯ୍ୟ ହେବ ମହାକାଶରେ ଯୁଦ୍ଧ ଲଢ଼ିବା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ସଂପନ୍ନ ଯୁଦ୍ଧାସ୍ତ୍ର ନିର୍ମାଣ କରିବା, ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

The Hindu

କ୍ୟାବିନେଟ ପ୍ରତିରକ୍ଷା ସୁରକ୍ଷା କମିଟି ‘ଡିଫେନ୍ସ ସ୍ପେସ୍‌ ରିସର୍ଚ୍ଚ ଏଜେନ୍ସି’ (ଡିଏସ୍‌ଆରଓ)କୁ ମଞ୍ଜୁରୀ ପ୍ରଦାନ କରିବା ପରେ ଏହାର ଗଠନ କାର୍ଯ୍ୟ ଏବେ ଜୋରସୋରରେ ଆରମ୍ଭ ହୋଇ ଯାଇଛି। ଯୁଗ୍ମ ସଚିବ ପାହ୍ୟାର ଜଣେ ବୈଜ୍ଞାନିକଙ୍କୁ ଏହି ପ୍ରତିଷ୍ଠାନର ମୁଖ୍ୟଭାବେ ନିଯୁକ୍ତ କରାଯିବା ସହ ପ୍ରତିଷ୍ଠାନରେ ଦେଶର ବଛାବଛା ବୈଜ୍ଞାନିକଙ୍କୁ ନିଯୁକ୍ତି ପ୍ରଦାନ କରା ଯାଉଛି। ଏହି ପ୍ରତିଷ୍ଠାନରେ ନିଯୁକ୍ତ ବେଜ୍ଞାନିକମାନେ, ଦେଶର ତିନି ସଶସ୍ତ୍ର ସେନା- ସ୍ଥଳସେନା, ବାୟୁସେନା ଓ ନୌସେନା- ସହ ଯୋଗସୂତ୍ର ରକ୍ଷାକରି ମହାକାଶରେ ଯୁଦ୍ଧ ଲଢ଼ିବା ପାଇଁ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ନିର୍ମାଣ କରିବ। ଏବଂ ପୂର୍ବରୁ ତିନିସେନାର ଅଧିକାରୀମାନଙ୍କୁ ନେଇ ଗଠିତ ‘ଡିଫେନ୍ସ ସ୍ପେସ୍‌ ଏଜେନ୍ସି’ (ଡିଏସ୍‌ଏ)ର ପରାମର୍ଶ ଗ୍ରହଣ କରି ମହାକାଶରେ ଯୁଦ୍ଧ ଲଢ଼ିବା ପାଇଁ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ନିର୍ମାଣ କରିବ।

ସମ୍ବନ୍ଧିତ ଖବର