ନବନିଯୁକ୍ତ ମଧ୍ୟସ୍ଥିଙ୍କୁ ବିଚ୍ଛିନ୍ନତାବାଦୀଙ୍କ ବିରୋଧ

କଶ୍ମୀର ସମସ୍ୟା ସମାଧାନ ପାଇଁ ଆଲୋଚନା ପ୍ରସଙ୍ଗ

ନୂଆଦିଲ୍ଲୀ : ଦୀର୍ଘ ତିନି ଦଶନ୍ଧି ଧରି ହିଂସା ଉପଦ୍ରୁତ କଶ୍ମୀରରେ ଶାନ୍ତି ଫେରାଇ ଆଣିବା ପାଇଁ ସରକାର ନିରନ୍ତର ଆଲୋଚନା ଆରମ୍ଭ କରିବେ ବୋଲି ନିଷ୍ପତ୍ତି ନେବା ସହ ଏଥିପାଇଁ କେନ୍ଦ୍ର ସରକାରଙ୍କ ପ୍ରତିନିଧି ଭାବେ ଇଣ୍ଟେଲିଜେନ୍ସ ବ୍ୟୁରୋ(ଆଇବି)ର ପୂର୍ବତନ ନିର୍ଦ୍ଦେଶକ ଦିନେଶ୍ୱର ଶର୍ମାଙ୍କୁ ନିଯୁକ୍ତ କରିଛନ୍ତି। କଶ୍ମୀରର ନିର୍ବାଚିତ ଜନପ୍ରତିନିଧି, ରାଜନୈତିକ ଦଳ ଏବଂ ବିଭିନ୍ନ ସଂଗଠନ ସହ ଶ୍ରୀ ଶର୍ମା ଆଲୋଚନା କରି କିଛି ନିର୍ଯ୍ୟାସ ବାହାର କରିବେ ବୋଲି ଆଶା କରାଯାଉଛି। ମାତ୍ର ବିଚ୍ଛିନ୍ନତାବାଦୀ ନେତାମାନେ ଏଭଳି ଆଲୋଚଚନାରେ ଭାଗ ନେବେନାହିଁ ବୋଲି ଆଜି ଘୋଷଣା କରିଛନ୍ତି। କେନ୍ଦ୍ର ସରକାରଙ୍କ ଏହି ନୂଆ ଉଦ୍ୟମ ଏକ ବାହାନା ବୋଲି ବରିଷ୍ଠ ବିଚ୍ଛିନ୍ନତାବାଦୀ ନେତାଙ୍କ ମଞ୍ଚ ଜଏଣ୍ଟ୍‌ ରେଜିଷ୍ଟାନ୍ସ ଲିଡରସିପ୍‌(ଜେଆର୍‌ଏଲ୍‌) ପକ୍ଷରୁ ସୟଦ ଅଲ୍ଲି ଗିଲାନି, ମିର୍‌ଓ୍ଵାଇଜ୍‌ ଉମର୍‌ ଫାରୁକ ଏବଂ ମହମ୍ମଦ ୟାସିନ ମଲ୍ଲିକ ପ୍ରମୁଖ ଆକ୍ଷେପ କରିଛନ୍ତି।

ସମ୍ବନ୍ଧିତ ଖବର