ଚଳନ୍ତା ଟ୍ରେନରେ ପିଲା ଜନ୍ମ ଦେଲେ ମହିଳା ଯାତ୍ରୀ, ଚିକିତ୍ସା ଅଭାବରୁ ପ୍ରାଣ ହରାଇଲା ନବଜାତ

ରାଞ୍ଚି : ଚିକିତ୍ସା ସୁବିଧା ନ ମିଳିବା କାରଣରୁ ବୁଧବାର ଦିନ ଚଳନ୍ତା ଟ୍ରେନରେ ଜନ୍ମ ହୋଇଥିବା ଏକ ଶିଶୁର ମୃତ୍ୟୁ ହୋଇଯାଇଛି । ଝାଡ଼ଖଣ୍ଡର ଲୋହରଦଗା ଜିଲ୍ଲାର ନିବାସୀ ଇନ୍ଦ୍ରାଣୀ ଦେବୀଙ୍କୁ ଟ୍ରେନରେ ଯାତ୍ରା ସମୟରେ ପ୍ରସବ ଯନ୍ତ୍ରଣା ହୋଇଥିଲା । ସେ ନିଜ ସ୍ୱାମୀଙ୍କ ସହ ଅଲାପୁଝା-ଧାନବାଦ ଏକ୍ସପ୍ରେସରେ ରାଞ୍ଚି ଯାଉଥିଲେ । ଯାତ୍ରା ସମୟରେ ସେ ଟ୍ରେନରେ ଏକ ଶିଶୁକୁ ଜନ୍ମ ଦେଇଥିଲେ ।

ସୂଚନାଯୋଗ୍ୟ, ଇନ୍ଦ୍ରାଣୀ ଦେବୀ ଓ ତାଙ୍କ ସ୍ବାମୀ ରେଳ କର୍ମଚାରୀଙ୍କ ଠାରୁ ଚିକିତ୍ସା ପାଇଁ ସହାୟତା ମାଗିଥିଲେ । କିନ୍ତୁ କୌଣସି ସହାୟତା ମିଳି ନ ଥିଲା । ଟ୍ରେନ ରାଞ୍ଚି  ଷ୍ଟେସନ ପହଞ୍ଚିବା ପରେ  ସେମାନେ ହସପିଟାଲରେ ଯାଇଥିଲେ । ପତିପତ୍ନୀ ଏକ ଝୋଟ ବସ୍ତାରେ ଶିଶୁକୁ ଘୋଡେଇ ହସପିଟାଲ ନେଇଥିଲେ । ସେଠାରେ ମଧ୍ୟ ଡାକ୍ତର ଶିଶୁର ଚିକିତ୍ସାରେ ବିଳମ୍ବ କରିଥିଲେ । ଫଳରେ ଶିଶୁଟିର ମୃତ୍ୟୁ ହୋଇଥିଲା । ଦମ୍ପତି ନକ୍ସଲ ପ୍ରଭାବିତ ଲୋହରଦଗା ଜିଲ୍ଲାରୁ ଅଟନ୍ତି । ସେ ରେଳ ଦ୍ୱାରା ପ୍ରଦାନ କରାଯାଉଥିବା ସାମାଜିକ ଚିକିତ୍ସା ସୁବିଧା ବିଷୟରେ ଅଜ୍ଞାତ ଥିଲେ ।

ସମ୍ବନ୍ଧିତ ଖବର