୨୦୧୯ ନିର୍ବାଚନ ପାଇଁ ମୋଦିଙ୍କ ନୂଆ ଯୋଜନା ଶୁଣି ବିରୋଧୀ ହତାଶ ହୋଇଯିବେ

ନୂଆଦିଲ୍ଲୀ : ନିର୍ବାଚନ ଯୋଜନାରେ ସବୁବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀ ଦଳମାନଙ୍କଠାରୁ ବେଶ ଆଗୁଆ ରହିଆସିଛନ୍ତି । ମୋଦି ଓ ତାଙ୍କ ଟିମର ପ୍ଲାନିଂ ଏତେ ଯୋଜନାବଦ୍ଧ ଭାବେ କରାଯାଇଥାଏ ଯେ ବିରୋଧୀ ଦଳ ତାକୁ ବୁଝିବା ପୂର୍ବରୁ ବହୁ ବିଳମ୍ବ ହୋଇଯାଇଥାଏ । ୨୦୧୪ ନିର୍ବାଚନରେ ମୋଦି ନିର୍ବାଚନ ପ୍ରଚାରରେ ସୋସିଆଲ ମିଡିଆ ଓ ଟେକନଲୋଜୀର ବ୍ୟାପକ ପ୍ରୟୋଗ କରିଥିଲେ । ତେବେ ୨୦୧୯ ପାଇଁ ମୋଦିଙ୍କ ଯୋଜନା କଣ ?
ଏହାର ଉତ୍ତର ହେଉଛି ଯେ ମୋଦି ୨୦୧୪ ନିର୍ବାଚନ ଜିତିବା ପରଠାରୁ ହିଁ ୨୦୧୯ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ । ୨୦୧୪ ପରଠାରୁ ମୋଦି ଦେଶ ପରେ ଦେଶ ବୁଲୁଥିଲେ ଓ ସେଠାରେ ଥିବା ପ୍ରବାସୀ ଭାରତୀୟଙ୍କ ସହ ମିଳାମିଶା କରୁଥିଲେ । କିନ୍ତୁ ବିରୋଧୀ ଦଳ ମୋଦି ଖାଲିଟାରେ ବିଦେଶ ବୁଲୁଛନ୍ତି ବୋଲି ସମାଲୋଚନା କରିଚାଲିଥିଲେ । କିନ୍ତୁ ପ୍ରକୃତରେ ମୋଦି ଏକ ଯୋଜନା ନେଇ କାମ କରୁଥିଲେ । ତାହା ହେଉଛି ପ୍ରବାସୀ ଭାରତୀୟଙ୍କୁ ଭାରତୀୟ ନିର୍ବାଚନୀ ସ୍ରୋତରେ ସାମିଲ କରିବା । ସରକାରଙ୍କ ଯୋଜନା ଅନୁସାରେ ପ୍ରବାସୀଭାରତୀୟମାନଙ୍କୁ ଭୋଟ ଦେବାର ଅଧିକାର ଦେବା । ଏ ସଂପର୍କରେ ସରକାର ଗତ ୨୦୧୭ ଲୋକସଭାରେ ଏକ ଜନପ୍ରତିନିଧି (ସଂଶୋଧନ) ବିଲ୍‌ ଆଗତ କରି ପାଶ କରାଇଛନ୍ତି । ଏହା ରାଜ୍ୟସଭା ମଂଜୁରୀ ଅପେକ୍ଷାରେ ଅଛି । ଏହି ବିଲରେ ଥିବା ବ୍ୟବସ୍ଥା ଅନୁସାରେ ପ୍ରବାସୀ ଭାରତୀୟମାନେ ନିଜ ନିଜର ନିର୍ବାଚନ ମଣ୍ଡଳୀରେ ନିଜର ଜଣେ ପ୍ରକ୍ସି ବା ପ୍ରତିନିଧିଭୋଟର ନିଯୁକ୍ତ କରି ଭୋଟ ଦେଇପାରିବେ । ଏହି ବ୍ୟବସ୍ଥା କେବଳ ଏବେ ସେନା କର୍ମଚାରୀମାନଙ୍କୁ ଦିଆଯାଉଛି । ପ୍ରବାସୀମାନଙ୍କୁ ଭୋଟ ଦାନର ଅଧିକାର ମିଳିବା ଦ୍ୱାରା ମୋଦିଙ୍କର ହିଁ ଲାଭ ହେବ । କାରଣ ସେ ହି ଁ ଗତ ୪ ବର୍ଷ ହେଲେ ବିଭିନ୍ନ ଦେଶ ବୁଲି ପ୍ରବାସୀ ଭାରତୀୟଙ୍କ ସହ ଯୋଗାଯୋଗ କରୁଛନ୍ତି । ଏଣୁ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ସେ ବହୁତ ଲୋକପ୍ରିୟ । ବିଦେଶରେ ଏବେ ପ୍ରାୟ ୧ କୋଟି ୧୦ ଲକ୍ଷ ପ୍ରବାସୀ ଭାରତୀୟ ଲହୁଛନ୍ତି । ଏକ ଅଟକଳ ଅନୁସାରେ ପ୍ରତିନିର୍ବାଚନ ମଣ୍ଡଳୀ ପିଛା ପ୍ରାୟ ୨୧ ହଜାର ଜଣ ପ୍ରବାସୀ ଭାରତୀୟ ଅଛନ୍ତି । ଏମାନେ ଯଦି ଭୋଟ ଦେବାର ଅଧିକାର ପାଆନ୍ତି ତେବେ ତାହାର ଏକ ବଡ଼ଭାଗ ମୋଦି ହିଁ ପାଇବେ । ଏଣୁ ବିଜେପି ଲାଭରେ ରହିବ । ଏଣୁ କୁହାଯାଇପାରେ, ଆସନ୍ତା ୨୦୧୯ ନିର୍ବାଚନରେ ମୋଦିଙ୍କ ନୂଆ ନିର୍ବାଚନ ମଣ୍ଡଳୀ ହେବେ ଏହି ୧ କୋଟି ପ୍ରବାସୀ ଭାରତୀୟ ।

ସମ୍ବନ୍ଧିତ ଖବର