ନୂଆ ନିର୍ବାଚନୀ ଚିହ୍ନ ତାଲିକା:ଲ୍ୟାପଟପ୍‌, ପେନଡ୍ରାଇଭ୍‌ ଏବଂ ରୋବଟ୍‌

0

ନୂ୍ଆଦିଲ୍ଲୀ : ମହାରାଷ୍ଟ୍ରରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିସନ ଉଭୟ ସ୍ବାଧୀନ ପ୍ରାର୍ଥୀ ଏବଂ କ୍ଷୁଦ୍ର ଦଳଗୁଡ଼ିକ ପାଇଁ ୧୯୮ଟି ନୂଆ ନିର୍ବା‌ଚନୀ ଚିହ୍ନ ତାଲିକାରେ ରଖିଛନ୍ତି। ସମୟ ସହ ତାଳ ଦେଇ ଲ୍ୟାପଟପ୍‌, ରୋବଟ୍‌, ସିସିଟିଭି କ୍ୟାମେରା, ଟୋଷ୍ଟର, ପେନ୍‌ଡ୍ରାଇଭ୍‌, ‌ହେଡଫୋନ୍‌, ମାଉସ୍‌ ଏବଂ କମ୍ପ୍ୟୁଟର ଭଳି ଚିହ୍ନ ଆରମ୍ଭ କରାଯାଇଛି। ୨୦୧୪ ମସିହାରେ ଇସି ୮୪ଟି ଚିହ୍ନ ଦେଇଥି‌ଲେ। ଅନ୍ୟପକ୍ଷରେ ଚଳିତ ଲୋକସଭା ନିର୍ବାଚନ ପାଇଁ ଇସି ଦେଇଥିବା ଚିହ୍ନ ତାଲିକାରେ ଉଭୟ ପୁରୁଣା ଏବଂ ନୂ୍ଆ ଚିହ୍ନ ରହିଛି। ଏହି ଚିହ୍ନଗୁଡ଼ିକ ମଧ୍ୟରେ ରହିଛି ଫଳ ଏବଂ ପନିପରିବା, ଗ୍ୟାସ୍‌ ସିଲିଣ୍ଡର, ‌ଷ୍ଟୋଭ୍‌, ପ୍ରେସର କୁକର୍‌, ଫ୍ରାଇଂ ପ୍ୟାନ୍‌, ଟ୍ରାକ୍ଟର, ଟିଲର, ଡିଜେଲ୍‌ ପମ୍ପ୍‌, ହେଲିକପ୍ଟର ଏବଂ ଅଟୋରିକ୍ସା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.