କେଜ୍ରିଓ୍ଵାଲ୍‌ଙ୍କ ନୂଆ ମୁଣ୍ଡ ବଥା: ମାକ୍ସ ହସ୍ପିଟାଲ୍‌ ଲାଇସେନ୍ସ ରଦ୍ଦ ପରେ ଧାରଣା ଦେବାକୁ ଧମକ ଦେଲେ ଡାକ୍ତର

ନୋଇଡ଼ା: ଜଣେ ଜୀବନ୍ତ ନବଜାତକକୁ ଦିଲ୍ଲୀର ସାଲିମାର ବାଗ୍‌ ମାକ୍ସ ହସ୍ପିଟାଲ୍‌ ମୃତ ଘୋଷଣା କରିଥିବାରୁ ଦିଲ୍ଲୀ ସରକାର ହସ୍ପିଟାଲ୍‌ର ଲାଇସେନ୍ସ ରଦ୍ଦ କରାଯିବା ଘଟଣାକୁ ବିରୋଧ କରିଛି ଦିଲ୍ଳୀ ମେଡିକାଲ ଆସୋସିଏସନ(ଡିଏମ୍‌ଏ)। ଡାକ୍ତରମାନେ ଡାକ୍ତରଖାନାର ଲାଇସେନ୍ସ ରଦ୍ଦକୁ ବିରୋଧ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ଧମକ ଦେଇଛନ୍ତି। ଦିଲ୍ଳୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜି୍ରିଓ୍ଵାଲ୍‌ ହସ୍ପିଟାଲ୍‌ ଲାଇସେନ୍ସ ରଦ୍ଦ ଘୋଷଣା କରିବା ପରେ ଡାକ୍ତରମାନଙ୍କର ଏପରି ପ୍ରତିବାଦ ତାଙ୍କ ମୁଣ୍ଡ ବଥାର କାରଣ ସାଜିଛି।

ଉଲ୍ଲେଖଯୋଗ୍ୟ, ନଭେମ୍ବର ୩୦ ତାରିଖରେ ମାକ୍ସ ହସ୍ପିଟାଲାରେ ୨ ଜଣ ଯାଆଁଳା ଅପରିପକ୍ୱ ଶିଶୁ ଜନ୍ମ ନେଇଥିଲେ। ଗତ ଗୁରୁବାର ଦିନ ଏହି ଶିଶୁ ଦ୍ୱୟ ମୃତ ବୋଲି ହସ୍ପିଟାଲ୍‌ ପକ୍ଷରୁ ତାଙ୍କ ପରିବାର ବର୍ଗଙ୍କୁ କୁହାଯାଇଥିଲା। ଏପରିକି ଶିଶୁ ୨ଜଣଙ୍କୁ ଏକ ପ୍ଲାଷ୍ଟିକ୍‌ ବ୍ୟାଗ୍‌ରେ ପୂରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ମାତ୍ର ପରିବାର ଲୋକ ଦେଖିଲେ ଯେ ସେମାନଙ୍କ ମଧ୍ୟରୁ ଜଣେ ଶିଶୁ ଜୀବିତ ଅଛି। ଶିଶୁଟିର ମାଆ ତାକୁ ନେଇ ଅନ୍ୟ ଏକ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ଅନ୍ୟ ହସ୍ପିଟାଲ୍‌ରେ ଡାକ୍ତରମାନେ ଶିଶୁଟି ବଞ୍ଚିଥିବା ସୂଚନା ଦେଇଥିଲେ। ଏହାପରେ ମାକ୍ସ ହସ୍ପିଟାଲ୍‌ ବିରୋଧରେ ପୁଲିସରେ ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର