ଏଚ୍‌ଆଇଭି-୧ରୁ ବଞ୍ଚାଇବ ନୂଆ ଟିକା!

ଓ୍ଵାସିଂଟନ୍‌: ଏଚ୍‌ଆଇଭି ଏଡ୍‌ସ ଦ୍ୱାରା ସଂକ୍ରମିତ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ବୈଜ୍ଞାନିକମାନେ ଏକ ନୂଆ ଟିକାର ବିକାଶ କରିଛନ୍ତି। ବିଶେଷକରି ଏଚ୍‌ଆଇଭି-୧ରେ କବଳିତ ଲୋକଙ୍କୁ ଏହା ବଞ୍ଚାଇ ପାରିବ। ଏହି ଟିକା ସଂକ୍ରମିତ ଲୋକଙ୍କୁ ଦିଆଗଲେ ସେମାନଙ୍କ ଶରୀରର ପ୍ରତିରୋଧକ ଶକ୍ତିରେ କିଛିଟା ସୁଧାର ଆସିବ। ଫଳରେ ଧୀରେ ଧୀରେ ରୋଗୀ ଜଣକ ଏଚ୍‌ଆଇଭିରୁ ମୁକୁଳି ପାରିବେ। ତେବେ ଏହାକୁ ଏ ପର୍ଯ୍ୟନ୍ତ ରୋଗୀଙ୍କ ଦେହରେ ପରୀକ୍ଷା କରାଯାଇ ନାହିଁ। ବୈଜ୍ଞାନିକଙ୍କ କହିବାନୁଯାୟୀ ଏହି ନୂଆ ଟିକାକୁ ୩୯୩ ସ୍ୱାସ୍ଥ୍ୟବାନ ଲୋକ ଓ ୭୨ ମାଙ୍କଡ଼ ଦେହରେ ପରୀକ୍ଷା କରାଯାଇଥିଲା।

ସମ୍ବନ୍ଧିତ ଖବର