ନାବାଳିକା ଦୁଷ୍କର୍ମ ଉପରେ ଜମ୍ମୁ କଶ୍ମୀର ଆଣିବ ନୂଆ ଆଇନ!

ନୂଆଦିଲ୍ଲୀ: କଠୁଆ ଗଣଦୁଷ୍କର୍ମ ଘଟଣାକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଳଟିଥିବା ବେଳେ ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି ଗୁରୁବାର ଟୁଇଟ କରିଛନ୍ତି । ମେହମବୁବା ଟୁଇଟରେ ଏକ କଡା ଆଇନ ବ୍ୟବସ୍ଥା ଲାଗୁ ପାଇଁ କହିଛନ୍ତିି । ଯାହା ଫଳରେ ଅନ୍ୟ କୌଣଷି ବ୍ୟକ୍ତି ଏପରି ଘଟଣା କରିବା ପାଇଁ ସାହାସ କରିପାରିବେ ନାହିଁ । ମେହବୁବା ଆଉ ମଧ୍ୟ କହିଛନ୍ତି, ଏପରି ଆଇନ ବ୍ୟବସ୍ଥା ହେବ, ଦୋଷି ମାନଙ୍କୁ ଉପଯୁକ୍ତ ଦଣ୍ଡ ମିଳିବ । ଏହା ଦ୍ୱାରା ଅନ୍ୟମାନେ ଏଭଳିକାମ କରିବାକୁ ସାହସ କରିପାରିବେ ନାହିଁ ।

ଆମେ ଏପରି ଆଇନ ତିଆରି କରିବୁ ଯାହାଦ୍ୱାରାକି ଅନ୍ୟ କୌଣସି ନାବାଳିକାଙ୍କ ସହ ଏପରି ଅପରାଧ ହୋଇପାରିବ ନାହିଁ । ନାବାଳିକା ସହ ଦୁର୍ଷ୍କମ କରୁଥିବା ବ୍ୟକ୍ତିକୁ ଫାଶୀ ଦଣ୍ଡାଦେଶ ଦିଆଯିବ । ଯାହାଦ୍ୱାରା ଅସିଫାଙ୍କ ସହ ହୋଇଥିବା ଘଟଣା ଅନ୍ୟ କୌଣସି ନାବାଳିକାଙ୍କ ସହ ଘଟିବ ନାହିଁ ।

ମେହେବୁବା ମୁଫତି ଗୁରୁବାରେ ସକାଳେ ଟୁଇଟ କରି କହିଥିଲେ ଏହି ଘଟଣାରେ ପୁଲିସ ତାର କାମ କରୁଛି । ଘଟଣାର ତଦନ୍ତ ଠିକ ଭାବେ ଚାଲୁଛି, ଏହି ଘଟଣାରେ ଆସିଫାଙ୍କୁ ନ୍ୟାୟ ମିଳିବ ।

ସମ୍ବନ୍ଧିତ ଖବର