ନୂଆ ଏମ୍‌ଭି ଆଇନ୍‌କୁ ୧ ମାସ ପାଇଁ ସ୍ଥଗିତ ରଖିଲେ ଗୁଜରାଟ ସରକାର

ଗାନ୍ଧୀନଗର : କେନ୍ଦ୍ର ସରକାରଙ୍କ ନୂତନ ମୋଟର ଯାନ (ଏମ୍‌ଭି) ସଂଶୋଧନ ଆଇନ-୨୦୧୯କୁ ନେଇ ଗୁଜରାଟରେ ପ୍ରବଳ ବିରୋଧ ହେବାରୁ ରାଜ୍ୟ ସରକାର ଏହାକୁ ୧ ମାସ ପର୍ଯ୍ୟନ୍ତ କାର୍ଯ୍ୟକାରୀ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପୁରୁଣା ଆଇନ ବ୍ୟବସ୍ଥାରେ ଥିବା ଜୋରିମାନା ହିଁ ରାଜ୍ୟରେ ଏହି ସମୟ ମଧ୍ୟରେ କାର୍ଯ୍ୟକାରୀ ହେବ ବୋଲି ଜଣାପଡ଼ିଛି। ୧ ମାସ ପରେ ଏ ବାବଦରେ ଏକ ଉଚ୍ଚସ୍ତରୀୟ ବୈଠକରେ ସରକାର ନିଷ୍ପତ୍ତି ନେବେ ବୋଲି ରାଜ୍ୟ ପରିବହନ ମନ୍ତ୍ରୀ ଆର୍‌ସି ଫାଲ୍‌ଡୁ କହିଛନ୍ତି। ନିକଟରେ ଗୁଜରାଟ ସରକାର ବର୍ଦ୍ଧିତ ଜୋରିମାନାକୁ କାର୍ଯ୍ୟକାରୀ ନକରି ଜୋରିମାନା କମାଇଥିଲେ। ତେବେ ଏହା ସତ୍ତ୍ବେ ଜନ ଅସନ୍ତୋଥ ଥମିନଥିଲା ଏବଂ ଏହାକୁ ନେଇ ବିଭିନ୍ନ ସ୍ଥାନରେ ଲୋକେ ରାସ୍ତାକୁ ଓହ୍ଲାଇଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର