ଡିସେମ୍ବର ୩୧ ମଧ୍ୟରେ ଯଦି କରିନାହାନ୍ତି ଏହି କାମ, ଅକାମୀ ହୋଇଯାଇପାରେ ଆପଣଙ୍କ ପ୍ୟାନ କାର୍ଡ

ନୂଆଦିଲ୍ଲୀ: ଆୟକର ବିଭାଗ ବା ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ପ୍ୟାନ କାର୍ଡ ସହ ଆଧାର ଲିଙ୍କ କରିବାର ଅନ୍ତିମ ସମୟ ଡିସେମ୍ବର ୩୧, ୨୦୧୯ ତାରିଖ ଯାଏଁ ବଢ଼ାଇଦେଇଛି | ଆୟକର ବିଭାଗର ଏହି ନିର୍ଦ୍ଦେଶନାମା ପରେ ସବୁ ପ୍ୟାନ କାର୍ଡଧାରୀଙ୍କ ପାଇଁ ଆଧାର ସହ ପ୍ୟାନ କାର୍ଡ ଲିଙ୍କ କରିବା ଜରୁରୀ ହୋଇପଡିଛି |  ଅନଲାଇନ ବା ଏସଏମଏସ ମାଧ୍ୟମରେ ଜଣେ ଚାହିଁଲେ ଆଧାର-ପ୍ୟାନ୍ ଲିଙ୍କ କରିପାରିବେ |

ପୂର୍ବରୁ ୬ ଥର ପ୍ୟାନ ଓ ଆଧାର ଲିଙ୍କ କରିବା ପାଇଁ ସମୟ ଦିଆଯାଇଥିଲା |  ଯଦି ଏହି ତାରିଖ ପରେ ବି ଆପଣ ଲିଙ୍କ ନ କରନ୍ତି ତେବେ ଆପଣଙ୍କ ପ୍ୟାନ କାର୍ଡ ଅକାମୀ ହୋଇଯାଇପାରେ |

କାରଣ ଆୟକର ବିଭାଗ ପକ୍ଷରୁ ପରୋକ୍ଷରେ ଏ ନେଇ ସତର୍କ କରାଯାଇଛି  | ଆୟକର ବିଭାଗ ପକ୍ଷରୁ କୁହାଯାଇଛି ଯେ ଯଦି କେହି ଆଧାର ସହ ପ୍ୟାନ କାର୍ଡକୁ ଲିଙ୍କ ନ କରାନ୍ତି ତେବେ ତାଙ୍କ ପ୍ୟାନ କାର୍ଡକୁ ଅବୈଧ ଘୋଷଣା କରାଯାଇପାରେ | ଏହା ପରେ ଅବୈଧ ପ୍ୟାନ କାର୍ଡ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ |

ସମ୍ବନ୍ଧିତ ଖବର