ନ୍ୟୁୟର୍କ: ଦ୍ରୁତ ତାପମାତ୍ରା ବୃଦ୍ଧି ଯୋଗୁଁ ବିଶ୍ୱ ଧୀରେ ଧୀରେ ଧ୍ୱଂସଆଡକୁ ଗତି କରୁଛି । ମେରୁ ଅଞ୍ଚଳର ବରଫ ତରଳିବା ଫଳରେ ସମୁଦ୍ରର ଜଳପତ୍ତନ ବୃଦ୍ଧି ପାଉଛି । ଆଗାମୀ ଦିନରେ ଏହି ପ୍ରକ୍ରିୟା ଆହୁରି ଦ୍ରୁତ ବଢିବ ଓ ୨୧୦୦ ସୁଦ୍ଧା ଜଳପତ୍ତନ ପ୍ରାୟ ୨ ଫୁଟ ବୃଦ୍ଧି ପାଇବ ବୋଲି ଏକ ଗବେଷଣାରୁ ଜଣାପଡିଛି । ଆମେରିକାର କଲୋରାଡୋ ବିଶ୍ୱ ବିଦ୍ୟାଳୟର ପ୍ରଫେସର ଷ୍ଟିଭ ନରିମଙ୍କ ନେତୃତ୍ୱରେ କରାଯାଇଥିବା ଏକ ଗବେଷଣାରୁ ଏହା ଜଣାଯାଇଛି । ଏହି ଗବେଷଣା କରିବା ଲାଗି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ଓ ୟୁରୋପୀୟ ମହାକାଶ ସଂସ୍ଥାର ୨୫ ବର୍ଷର ସାଟେଲାଇଟ୍ ତଥ୍ୟକୁ ତୁଳନା କରି ବିଶ୍ଳେଷଣ କରାଯାଇଥିଲା ।
Sambad is now on WhatsApp
Join and get latest news updates delivered to you via WhatsApp
ନରିମ କହିଛନ୍ତି ଯେ ଏହି ବେଗରେ ସମୁଦ୍ରପତନ ବୃଦ୍ଧି ପାଇଲେ ୨୧୦୦ ସୁଦ୍ଧା ସମୁଦ୍ର ପତନ ୨୬ ଇଞ୍ଚ ବୃଦ୍ଧି ପାଇବ । ଏହା ଦ୍ୱାରା ଅନେକ ଉପକୂଳବର୍ତ୍ତି ଅଂଚଳ ଜଳମଗ୍ନ ହେବ ଓ ଜୀବଜଗତ ପ୍ରତି ବିପଦ ଦେଖାଦେବ । ଏହାଫଳରେ ବିଶ୍ୱରେ ଖାଦ୍ୟାଭାବ ଦେଖାଯିବ ଓ ଗୃହଯୁଦ୍ଧ ଲାଗିଯିବ ବୋଲି ଏଥିରେ କୁହାଯାଇଛି ।