ପୁଣି କର୍ଣ୍ଣାଟକ ସରକାର ଉପରେ ବିପଦର କଳାବାଦଲ, କାହିଁକି ଜାଣନ୍ତୁ

ବାଙ୍ଗାଲୁରୁ : ବହୁ କସରତ ପରେ କର୍ଣ୍ଣାଟକରେ ଶାସନ କରୁଥିବା ଏଚଡି କୁମାରସ୍ୱାମୀ ସରକାର ପାଇଁ ଏପର୍ଯ୍ୟନ୍ତ ବିପଦ ଟଳିନାହିଁ । ନାନା ଝଡ଼ଝଞ୍ଜା ଦେଇ ଏହି ମିଳିତ ସରକାର ଚାଲିଛି । ଏବେ ଆଉ ଏକ ବିପଦ ଦେଖାଦେଇଛି । ତାହା ହେଉଛି, ମନ୍ତ୍ରୀ ନ ହେବାରୁ କେତେକ ଅସନ୍ତୁଷ୍ଟ କଂଗ୍ରେସ ବିଧାୟକ ଅସନ୍ତୁଷ୍ଟ ହୋଇ ଇସ୍ତଫା ଦେବାକୁ ବିଚାର କରୁଛନ୍ତି । ଅଗଷ୍ଟ ୧୧ ପରେ ରାଜ୍ୟ ସରକାର ନିଜର କ୍ୟାବିନେଟ ସଂପ୍ରସାରଣ କରିବାକୁ ଯାଉଛନ୍ତି, କିନ୍ତୁ କେତେକ ଆଶାୟୀ ବିଧାୟକଙ୍କ ନାଁ ତାଲିକାରେ ନାହିଁ । ଆଉ କେତେକ କ୍ୟାବିନେଟ ପାହ୍ୟା ଚାହୁଁଥିଲେ । ମିଳିଥିବା ସୂଚନା ମୁତାବକ ପ୍ରାୟ ୮ରୁ ୧୦ ବିଧାୟକ ଇସ୍ତଫା ଦେବାର ସମ୍ଭାବନା ରହିଛି । ଏମାନେ ଇସ୍ତଫା ଦେଲେ ସରକାର ସଂଖ୍ୟାଲଘୁ ହୋଇ ଭାଙ୍ଗିଯିବ । ଏହା ସହିତ ସଦନର ମୋଟ ସଂଖ୍ୟା କମିଯିବ ଓ ମ୍ୟାଜିକ ନମ୍ବର ୧୦୪କୁ ଖସିଆସିବ । ଏହା ଦ୍ୱାରା ବିଜେପିକୁ ସୁବିଧା ହେବ । ତେବେ କଂଗ୍ରେସ ପକ୍ଷରୁ ଏପରି ଖବରକୁ ଅସ୍ୱୀକାର କରାଯାଇଛି । ଇସ୍ତଫା ଧମକ ଦେଇ କେତେକ ବିଧାୟକ ହାଇକମାଣ୍ଡ ଉପରେ ଚାପ ପ୍ରୟୋଗ କରୁଛନ୍ତି । କିନ୍ତୁ ଏହା ସଫଳ ହେବ ନାହିଁ ବୋଲି ଜଣେ ବରିଷ୍ଠ କଂଗ୍ରେସ ନେତା କହିଛନ୍ତି ।

ସମ୍ବନ୍ଧିତ ଖବର