ଆମେରିକାରେ ପାଗ ଖରାପ ହେତୁ ଦିଲ୍ଲୀରୁ ନ୍ୟୁୟର୍କ ଯାଉଥିବା ସମସ୍ତ ବିମାନ ବିଳମ୍ବରେ ଛାଡ଼ିବ

ନୂଆଦିଲ୍ଲୀ: ଭାରତରୁ ନ୍ୟୁୟର୍କ ଅଭିମୁଖେ ଯିବାକୁ ଥିବା ସମସ୍ତ ବିମାନ ଉଡ଼ାଣରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବିଳମ୍ବ ହୋଇ ପାରେ।

ତୋଫାନ ଯୋଗୁଁ ଜେଏଫ୍‌କେ ବିମାନ ବନ୍ଦର ଅଞ୍ଚଳରେ ପାଗ ଖରାପ ହୋଇଥିବାରୁ ଦିଲ୍ଲୀସ୍ଥିତ ଆଇଜିଆଇ ବିମାନ ବନ୍ଦରରୁ ଦୁଇଟି ବିମାନ ଉଡ଼ାଣରେ ବିଳମ୍ବ ଘଟିଛି।

ଚେକ୍‌ ଇନ୍‌ ପରେ ଜେଏଫ୍‌କେ ବିମାନ ବନ୍ଦର ଭିତରୁ ଆସି ଯାଇଥିବା ବହୁ ବିଦେଶୀ ଯାତ୍ରର ଅଟକି ରହି ଯାଇଛନ୍ତି। ଅଟକି ଯାଇଥିବା ବିମାନଗୁଡ଼ିକୁ ଉଡ଼ି ନ ଗଲା ଯାଏଁ ଜେଏଫ୍‌କେ ବିମାନ ବନ୍ଦର ମଧ୍ୟକୁ କୌଣସି ବିଦେଶୀ ବିମାନକୁ ଅବତରଣ କରିବାକୁ ଅନୁମତି ଦିଆ ଯାଉନାହିଁ।

ଗୁରୁବାର ଦିନ ହୋଇଥିବା ତୋଫାନ ଯୋଗୁଁ ଏ ଭଳି ବିଳମ୍ବ ହୋଇଛି ବୋଲି ଜେଏଫ୍‌କେ ବିମାନ ବନ୍ଦର ତରଫରୁ ଏକ ବିବୃତିରେ କୁହାଯାଏ।

ସମ୍ବନ୍ଧିତ ଖବର