ନବଜାତ ଶିଶୁକୁ ଝୁଣି ଖାଇଗଲା ହିଂସ୍ର କୁକୁର; ଲେକେ ଉଦ୍ୟମ କରି ବି ବଞ୍ଚାଇ ପାରିଲେ ନାହିଁ

ହରଦୋଇ : ଉତ୍ତରପ୍ରଦେଶର ସୀତାପୁର ଜିଲ୍ଲାରେ କୁକୁର କାମୁଡ଼ିବାରୁ ଅନେକ ଶିଶୁ ମୃତ୍ୟୁବରଣ କରିଥିବା ବେଳେ ଏବେ ହର୍‌ଦୋଇରେ ବି ସେଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ହର୍‌ଦୋଇରେ ଏକ ନବଜାତ ଶିଶୁୁକୁ କୁକୁର ନର୍ସିଂହୋମରୁ ଟାଣି ଆଣି ଝୁଣିି ଖାଇ ଦେଇଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଲୋକମାନେ ଏହି ଦୃଶ୍ୟ ଦେଖି କୁକୁର ମୁହଁରୁ ନବଜାତ ଶିଶୁକୁ ଛଡ଼ାଇବା ସହ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ସହ ମୃତ ଶିଶୁର ଶବକୁ ବ୍ୟବଚ୍ଛଦ ପାଇଁ ପଠାଇଥିବା ଜଣାପଡ଼ିଛି ।

Oneindia Hindi

ସୂଚନା ମୁତାବକ, ଲୋକମାନେ ଦିନ ସମୟରେ କିଛି କୁକୁର ଏକ ନବଜାତ ଶିଶୁକୁ ଟାଣି ଟାଣି ନେଉଥିବାର ଦେଖିଥିଲେ । ନବଜାତକୁ ବଞ୍ଚାଇବାକୁ ଯାଇ ଲୋକାମନେ କୁକୁରମାନଙ୍କୁ ମାଡ଼ ମାରି ଘଉଡ଼ାଇ ଥିଲେ ମଧ୍ୟ ନବଜାତ ଶିଶୁଟି ସେତେବେଳକୁ ମୃତ୍ୟୁବରଣ କରି ସାରିଥଲା । ଏ ନେଇ ପୁଲିସକୁ ସୂଚନା ଦିଆଯିବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି କୁକୁର କାମୁଡ଼ାରେ ଖିନଭିନ୍‌ ହୋଇଥିବା ଶିଶୁ ଶରୀରର ଅଂଶକୁ ବ୍ୟବଚ୍ଛଦ ପାଇଁ ପଠାଇଥିଲା । ପାଖରେ ଏକ ନର୍ସିଂହୋମ ଥିବାରୁ କୁକୁରମାନେ ଶିଶୁଟିକୁ ସେଠାରୁ ଆଣିଥିବେ ବୋଲି ସନ୍ଦେହ କରି ପୁଲିସ ସେଠାକୁ ଯାଇ ପଚରାଉଚରା କରିଥିଲା । କିନ୍ତୁ ତାହାର କୌଣସି ଫଳାଫଳ ପୁଲିସକୁ ମିଳିପାରି ନଥିଲା । ତେବେ ଶିଶୁଟି କୁକୁର ମୁହଁକୁ ଯିବା ପୂର୍ବରୁ ମୃତ ଥିଲା ନା ଜୀବିତ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ ।

ସମ୍ବନ୍ଧିତ ଖବର