ଚଳିତ ସପ୍ତାହରେ ଆମେରିକାରୁ ଫେରିବେ ଜେଟ୍‌ଲି

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍‌ଲି ଚଳିତ ସପ୍ତାହରେ ଆମେରିକାରୁ ଫେରିବେ। ଆମେରିକାରେ ଚିକିତ୍ସାଧୀନ ଥିବା‌ ଜେଟ୍‌ଲିଙ୍କ ସ୍ବା‌ସ୍ଥ୍ୟାବସ୍ଥାରେ ଏବେ ଯଥେଷ୍ଟ ସୁଧାର ହୋଇଛି। ଅସୁସ୍ଥତା ହେତୁ ଜେଟ୍‌ଲି ତାଙ୍କର ଷଷ୍ଠ ଏବଂ ମୋଦୀ ସରକାରଙ୍କ ଶେଷ ବଜେଟ୍‌ ଉପସ୍ଥାପନ କରିପାରି ନଥିଲେ। ଜେଟ୍‌ଲିଙ୍କ ଅସୁସ୍ଥତା ପରେ ଅର୍ଥ ମନ୍ତ୍ରାଳୟର ଦାୟିତ୍ବ ରେଳ ମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ଦିଆଯାଇଛି। ‌

ସମ୍ବନ୍ଧିତ ଖବର