ମହାନଦୀରେ ଛତିଶଗଡ଼ର ପ୍ରକଳ୍ପ: ସରଜମିନ ତଦନ୍ତ କରି ୩ ମାସରେ ରିପୋର୍ଟ ଦେବାକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟକୁ ଏନଜିଟିର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଆସନ୍ତା ୩ ମାସ ମଧ୍ୟରେ ଛତିଶଗଡ଼ ଗସ୍ତ କରିବା ସହିତ ଛତିଶଗଡ଼ ସରକାର ମହାନଦୀରେ ବେଆଇନ୍‌ ଭାବେ ନିର୍ମାଣ କରିଥିବା ପ୍ରକଳ୍ପ ଉପରେ ଏନଜିଟି ଓ ମହାନଦୀ ଟ୍ରିବୁନାଲକୁ ରିପୋର୍ଟ ଦେବାକୁ ଆଜି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟକୁ ଏନଜିଟି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଛତିଶଗଡ଼ ସରକାର ମହାନଦୀରେ ବେଆଇନ ଭାବେ ୬ଟି ପକଳ୍ପ ନିର୍ମାଣ କରିବା ନେଇ ସମାଜସେବୀ ସୁଦର୍ଶନ ଦାସଙ୍କ ଦ୍ୱାରା ରୁଜୁ ମାମଲାର ଆଜି ଏନଜିଟି ପ୍ରିନ୍ସିପାଲ ବେଞ୍ଚରେ ଶୁଣାଣି ଶେଷ ହୋଇଛି।। ଏଥିରେ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ନାଗପୁର ଆଞ୍ଚଳିକ କାର୍ଯ୍ୟାଳୟ ସରଜମିନ ତଦନ୍ତ କରି ରିପୋର୍ଟ ଦେବାକୁ ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି
୨୦୧୭ ମିହାରେ ଛତିଶଗଡ଼ ସରକାରଙ୍କୁ ଏକ ପତ୍ର ଭାରତ ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଚିଠି ଲେଖିଥିଲେ। ଏଥିରେ ଛତିଶଗଡ଼ ସରକାରଙ୍କ ୬ଟି ପ୍ରକଳ୍ପ ପାଇଁ ଅନୁମତି ମିଳି ନ ଥିବା ଉଲ୍ଲେଖ ଥିଳା। ଏହି ଚିଠି ଆଧାରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ରିପୋର୍ଟ କରିବାକୁ ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର