କେରଳର ତିନୋଟି ଟୋଲ ପ୍ଲାଜାରେ ଦେୟ ଛାଡ଼ କଲେ ସରକାର

ନୂଆଦିଲ୍ଲୀ : କେରଳରେ ଦେଖାଦେଇଥିବା ଅଭୁତପୂର୍ବ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନଏଚଏଆଇ) କେରଳର ତିନୋଟି ଟୋଲ ପ୍ଲାଜାରେ ଦେୟ ଛାଡ଼ କରିଛି । ତ୍ରିଶୁର ଜିଲ୍ଲାର ପାଲିଏକାରା, ପାଲାକଡ଼ ଜିଲ୍ଲା ପାମପାମପାଲ୍ଲାମ ଏବଂ କୋଚିନ ଜିଲ୍ଲାର କୁମ୍ବଲମ ଜିଲ୍ଲାର ଟୋଲ୍ ପ୍ଲାଜାରେ ଏହି ଛାଡ଼ କରାଯାଇଛି । ଗତ ସପ୍ତାହରେ ଏହି ଦେୟ ଛାଡ଼ ଘୋଷଣା କରାଯାଇଥିଲା ଏବଂ ଚଳିତ ସପ୍ତାହ ଶେଷ ଅର୍ଥାତ୍ ଅଗଷ୍ଟ ୨୬ ତାରିଖ ପର୍ଯ୍ୟନ୍ତ ଏହା କାଏମ୍ ରହିବ । ଟୋଲପ୍ଲାଜାରେ ଦେୟ ଛାଡ ହେବା ଦ୍ବାରା ବନ୍ୟା ପ୍ରପୀଡିତଙ୍କ ପାଖକୁ ସହାୟତା ନେଇ ଯାଉଥିବା ବିଭିନ୍ନ ଯାନବାହାନ ଶୀଘ୍ର ପହଞ୍ଚିପାରିବ ।

ବନ୍ୟା କାରଣରୁ ରାଜ୍ୟର ଅନେକ ରାଜପଥ ବନ୍ୟାଜଳ ପ୍ଲାବିତ ହୋଇଛି । ଆଲୁଆ ନିକଟ ଜାତୀୟ ରାଜପଥ ନଂ-୫୪୪ର କିଛି ଅଂଶ ମଧ୍ୟ ଡ୍ୟାମ ଜଳରେ ବୁଡ଼ି ରହିଛି । ଏବେ ସୁଦ୍ଧା ଏହି ବନ୍ୟାରେ ପ୍ରାୟ ୩୭୩ ଜଣ ଲୋକ ପ୍ରାଣ ହରାଇଛନ୍ତି । କେନ୍ଦ୍ର ସରକାର ଏହାକୁ ଭୟଙ୍କର ଦୈବୀ ଦୁର୍ବିପାକ ବୋଲି ଘୋଷଣା କରିଛନ୍ତି ।

ସମ୍ବନ୍ଧିତ ଖବର