ବିହାରରେ ବଢ଼ୁଥିବା ଶିଶୁ ମୃତ୍ୟୁକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏବଂ ବିହାର ସରକାରଙ୍କୁ ନୋଟିସ ଜାରିକଲା ରାଷ୍ଟ୍ରୀୟ ମାନବାଧିକାର ଆୟୋଗ

ନୂଆଦିଲ୍ଲୀ : ମୁଜାଫରପୁରରେ ଏନ୍‌ସେଫାଲାଇଟିସ୍‌ ରୋଗରେ ଆକ୍ରାନ୍ତ ହେୋଇ ୧୦୦ରୁ ଉର୍ଦ୍ଧ ଶିଶୁ ମୃତ୍ୟୁବରଣ କରିବା ପରେ ରାଷ୍ଟ୍ରୀୟ ମାନବାଧିକାର ଆୟୋଗ ସୋମବାର କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏବଂ ବିହାର ସରକାରଙ୍କୁ ଏ ନେଇ ନୋଟିସ ଜାରି କରିଛନ୍ତି। ମିଡିଆରେ ଏନ୍‌ସେଫାଲାଇଟିସ୍‌ ପାଇଁ ବଢ଼ୁଥିବା ଶିଶୁ ମୃତ୍ୟୁକୁ ନେଇ ଖବର ଆସିବା ପରେ ରାଷ୍ଟ୍ରୀୟ ମାନବାଧିକାର ଆୟୋଗ ଏ ନେଇ ସଂପୂର୍ଣ୍ଣ ବିବରଣୀ ଦେବାକୁ ୁଭୟ ସରକାରଙ୍କୁ ଆଦେଶ ଦେଇଛନ୍ତି । ଏହି ରୋଗର କିଭଳି ମୁକାବିଲା କରାଯାଇ ପାରିବ ସେ ନେଇ ରାଷ୍ଟ୍ରୀୟ ମାନବାଧିକାର ଆୟୋଗ ତତ୍ପର ହୋଇ ଉଠିଥିବା କହିଛନ୍ତି ଜଣେ ବରିଷ୍ଠ ଅଧିକାରୀ ।

Devdiscourse

ରାଷ୍ଟ୍ରୀୟ ମାନବାଧିକାର ଆୟୋଗ ପକ୍ଷରୁ ଜାରି କରାଯାଇଥିବା ବୟାନ ଅନୁଯାୟୀ, ଶିଶୁ ମୃତ୍ୟୁର ସଂପୂର୍ଣ୍ଣ ରିପୋର୍ଟ ଦେବା ପାଇଁ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏବଂ ବିହାର ସରକାରଙ୍କୁ ନୋଟିସ ଜାରି କରାଯାଇଛି । ଏହା ସହ ଏବେ ଡ଼ାକ୍ତରଖାନାରେ ଏନ୍‌ସେଫାଲାଇଟିସ୍‌ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିବା ଶିଶୁମାନଙ୍କୁ କେଉଁ ପ୍ରକାରର ଚିକିତ୍ସା ଯୋଗାଇ ଦିଆଯାଉଛି ଏବଂ ପୀଡ଼ିତ ପରିବାରକୁ କିଭଳି ସାହାଯ୍ୟ ଯୋଗାଇ ଦିଆଯାଉଛି ସେ ବିଷୟରେ ଜାଣିବା ପାଇଁ ନୋଟିସ ଜାରି କରିଛି ରାଷ୍ଟ୍ରୀୟ ମାନବାଧିକାର ଆୟୋଗ । ଏହା ସହ ୪ସପ୍ତାହ ମଧ୍ୟରେ ସଂପୂର୍ଣ୍ଣ ରିପୋର୍ଟ ତାଙ୍କ ପାଖରେ ପହଞ୍ଚିବ ବୋଲି ଆଶା ରଖିଛି ରାଷ୍ଟ୍ରୀୟ ମାନବାଧିକାର ଆୟୋଗ ।

ସମ୍ବନ୍ଧିତ ଖବର