ଏନଆଇଏର ବଡ଼ କାର୍ଯ୍ୟାନୁଷ୍ଠାନ, ୧୬ ସନ୍ଦିଗ୍ଧ ଗିରଫ

ମଦୁରାଇ: ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ ଆଜି ଦେଶ ବିରୋଧରେ ଷଡଯନ୍ତ୍ର କରୁଥିବା ୧୬ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି | ଏନଆଇଏ ଅଂଶରୁଲା ମାମଲାରେ ସୟଦ ମୋହମ୍ମଦ ବୁଖାରୀର ଚେନ୍ନାଇ ସ୍ଥିତ ଘର ଓ କାର୍ଯ୍ୟାଳୟରେ ଚଢ଼ାଉ କରିଥିଲା | ଗିରଫ ହୋଇଥିବା ବ୍ୟକ୍ତିମାନେ ଆତଙ୍କୀ ସଂଗଠନ ସିମି ସହ ସମ୍ପର୍କରେ ଥିବା ଏନଆଇଏ ଜାଣିବାକୁ ପାଇଛି |

ଶନିବାର ସକାଳେ ଏନଆଇଏ ଟିମ ତାମିଲନାଡୁର ମଦୁରାଇ, ଥେନି, ନେଲାଈ ସମେତ ଅନେକ ଅଂଚଳରେ ଚଢ଼ାଉ କରି ୧୬ ଜଣଙ୍କୁ ଗିରଫ କରିଥିଲା | ଏନଆଇଏ ଏମାନଙ୍କ ନାମରେ ଅଂଶରୁଲା ନାମକ ଆତଙ୍କବାଦୀ ସଂଗଠନ ଗଠନ କରି ଦେଶ ବିରୋଧରେ ଷଡଯନ୍ତ୍ର କରୁଥିବାର କେସ ରୁଜୁ କରିଛି |

ଏନଆଇଏ ପକ୍ଷରୁ କୁହାଯାଇଛି ଯେ ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ଏମାନେ ଷଡଯନ୍ତ୍ର କରୁଥିଲେ | ଏହି ସନ୍ଦିଗ୍ଧମାନେ କିଭଳି ଅଧିକରୁ ଅଧିକ ସଂଖ୍ୟାରେ ଲୋକଙ୍କୁ ସଂଗଠନ ସହ ଯୋଡିହେବ ତାହାର ଯୋଜନା ପ୍ରସ୍ତୁତ କରୁଥିଲେ | ତେବେ ସୂଚନା ପାଇ ଏନଆଇଏ ପକ୍ଷରୁ ଆଜି ଅତର୍କିତ ଚଢ଼ାଉ କରି ଏହି ଯୋଜନାକୁ ପଣ୍ଡ କରିଦେଇଛି |

ସମ୍ବନ୍ଧିତ ଖବର