ଏନଆଇଏ ହାଜତରେ କାଶ୍ମୀରର ମହିଳା ଆତଙ୍କବାଦୀ ଆସିୟା ଆନ୍ଦ୍ରାବି

ନୂଆଦିଲ୍ଲୀ : ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ କାଶ୍ମୀରର ବିବାଦୀୟ ବିଚ୍ଛିନ୍ନତାବାଦୀ ନେତ୍ରୀ ଆସିୟା ଆନ୍ଦ୍ରାବିକୁ ଗିରଫ କରି ଦିଲ୍ଲୀ ଆଣିଛି । ସେ କାଶ୍ମୀର ଘାଟିରେ ଭାରତ ବିରୋଧୀ ଆନ୍ଦୋଳନ, ଭାରତକୁ ବିଭାଜନ କରିବା, ପାକିସ୍ତାନ ସପକ୍ଷବାଦୀ କାର୍ଯ୍ୟକ୍ରମ ଆୟୋଜନ ଆଦିରେ ଲିପ୍ତ ଥିଲା । ସେ ଦୁଖତରନ-ଇ-ମିଲାତ ନାମକ ଏକ ଆତଙ୍କବାଦୀ ସଂସ୍ଥା ଚଳାଉଥିଲା । ତାକୁ ଏକ ବିମାନ ଯୋଗେ ଦିଲ୍ଲୀ ଅଣାଯାଇଛି ଓ କୋର୍ଟରେ ହାଜିର କରିବା ପରେ ତାକୁ ଏନଆଇଏ ନିଜ ହାଜତକୁ ନେବାପାଇଁ କୋର୍ଟଙ୍କୁ ଅନୁରୋଧ କରିବ । ଜାମ୍ମୁ ଓ କାଶ୍ମୀରକୁ ଭାରତକୁ ଆଲଗା କରିବା ପାଇଁ ଆଦ୍ୱାନ ଦେବା ଅଭିଯୋଗରେ ଦୁଇ ସପ୍ତାହ ତଳେ ତା ବିରୋଧରେ ଏନଆଇଏ ଏଫଆଇଆର ଦାଏର କରିଥିଲା । ତା ବିରୋଧରେ ଦେଶଦ୍ରୋହ ମାମଲା ଲଗାଯାଇଛି । ଆସିୟା ସହ ତାର ଦୁଇ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି । ଏହି ଦୁଇଜଣ ହେଲେ ସୋଫି ଫେହେମିଦା ଓ ନାହିଦା ନସରିନ ।
ନିଜର ଅଭିଯୋଗରେ ଏନଆଇଏ ଦର୍ଶାଇଛି ଯେ ଆସିୟା କାଶ୍ମୀରରେ ବିଚ୍ଛିନ୍ନତାବାଦୀ ଆନ୍ଦୋଳନକୁ ସୋସିଆଲ ମିଡିଆ ମାଧ୍ୟମରେ ପ୍ରେତ୍ସାହିତ କରୁଥିଲା । ଲୋକମାନଙ୍କୁ ସେନା ବିରୋଧରେ ଉସୁକାଉଥିଲା । ଏହା ସହିତ ଘାଟିରେ ପାକିସ୍ତାନୀ ଦିବସ ପାଳନ, ପାକିସ୍ତାନୀ ଜାତୀୟ ପତାକା ଉଡାଇବା କାମ କରୁଥିଲା । ସେ କହୁଥିଲା ଯେ ଭାରତୀୟ ଉପମହାଦେଶରେ ଯେତେ ମୁସଲମାନ ଅଛନ୍ତି ସମସ୍ତେ ପାକିସ୍ତାନୀ, ଏଣୁ ପାକିସ୍ତାନକୁ ସମର୍ଥନ କରିବା ଆବଶ୍ୟକ ।

ସମ୍ବନ୍ଧିତ ଖବର