ଆତଙ୍କ ଆଇନ୍‌ରେ ଜାକିର୍‌ ନାଇକ୍‌ଙ୍କ ବିଚାର ଚାହେଁ ଏନ୍‌ଆଇଏ

ନୂଆଦିଲ୍ଲୀ: ଜାକିର୍‌ ନାଇକ୍‌ଙ୍କ ପ୍ରତ୍ୟାର୍ପଣ ଲୋଡ଼ି ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି (ଏନ୍‌ଆଇଏ) ବିବାଦୀୟ ଇସ୍‌ଲାମୀୟ ପ୍ରଚାରକଙ୍କ ଆତଙ୍କବାଦ କାର୍ଯ୍ୟ କଳାପ ସମ୍ବନ୍ଧରେ ଏକ ପୁଙ୍ଖାନୁପୁଙ୍ଖ ବିବରଣୀ ପଠାଇବା ସହ ତାଙ୍କ ବିରୋଧରେ ଅନ୍‌ଲଫୁଲ୍‌ ଆକ୍ଟିଭିଟିଜ୍‌ ପ୍ରିଭେନ୍‌ସନ୍‌ ଏବଂ ତତ୍‌ସମ୍ପର୍କୀୟ ଭାରତୀୟ ପିଙ୍ଗଳ କୋଡ୍‌ ଧାରା ଅଧୀନରେ ଥିବା ଆଇନ ଅନୁସାରେ ଗୃହମନ୍ତ୍ରାଳୟ ଠାରୁ ପ୍ରେଜେକ୍ୟୁସନ୍‌ ସାଙ୍କସନ୍‌ ଚାହିଁଛି।

ବିଶେଷ ସୂତ୍ରରୁ ଜଣା ପଡ଼ିଛି ଯେ ମନ୍ତ୍ରାଳୟ ସୂଚନା ଦେଇଛି କି ନାଇକ୍‌ଙ୍କ ବିରୋଧରେ ତଦନ୍ତ ସମାପନ ହୋଇଛି। ଭାରତୀୟ ମୁସ୍‌ଲିମ୍‌ ଯୁବକମାନଙ୍କୁ ଜେହାଦ୍‌ରେ ଯୋଗ ଦିଆଇବା ନିମନ୍ତେ ପ୍ରଚୋଦିତ କରିବା, ଭିନ୍ନ ଭିନ୍ନ ଧାର୍ମିକ ଦଳ ମଧ୍ୟରେ ଶତ୍ରୁତା ପ୍ରସାରଣ କରିବା ଏବଂ ସାମ୍ପ୍ରଦାୟିକ ସଦ୍ଭାବରେ ଗୋଳମାଳିଆ ପରିସ୍ଥିତି ସୃଷ୍ଟି କରିବା ଏବଂ ତାଙ୍କ ଏନ୍‌ଜିଓ ‘ଇସ୍‌ଲାମିକ୍‌ ରିସର୍ଚ ଫାଉଣ୍ଡେସନ୍‌ (ଆଇଆର୍‌ଏଫ୍‌) ଜରିଆରେ ବ୍ୟକ୍ତି ବିଶେଷଙ୍କୁ ଜୋର୍‌ ଜବରଦସ୍ତ ଧର୍ମ ପରିବର୍ତ୍ତନ କରିବାରେ ତାଙ୍କର ଭୂମିକା ସଂକ୍ରାନ୍ତରେ ଅନେକ ବଳିଷ୍ଠ ପ୍ରମାଣ ମିଳିଛି।

Photo Courtesy of Astro Awani

ଆତଙ୍କବାଦ ଷଡ଼ଯନ୍ତ୍ର ସମ୍ପର୍କୀୟ ଅନ୍‌ଲଫୁଲ୍‌ ଆକ୍ଟିଭିଟିଜ୍‌ ପ୍ରିଭେନ୍‌ସନ୍‌ ଆକ୍ଟ୍‌ର ଅତି କଠୋର ଧାରା ୧୮, ବେଆଇନ୍‌ ସଙ୍ଗଠନର ସଦସ୍ୟ ମାମଲାରେ ସମ୍ପୃକ୍ତ ଅନ୍‌ଲଫୁଲ୍‌ ଆକ୍ଟିଭିଟିଜ୍‌ ପ୍ରିଭେନ୍‌ସନ୍‌ ଆକ୍ଟ୍‌ର ଧାରା ୧୦ ଏବଂ ୧୨ ଓ ସାମ୍ପ୍ରଦାୟିକ ଘୃଣା ପ୍ରସାରଣ କରୁଥିବା ମାମଲା ନିମନ୍ତେ ଭାରତୀୟ ପିଙ୍ଗଳ କୋଡ୍‌ରେ ଥିବା ଧାରା ୧୫୩ ଭିତ୍ତିରେ ନାଇକ୍‌ଙ୍କ ବିରୋଧରେ ପ୍ରୋଜେକ୍ୟୁସନ୍‌ ସାଙ୍କ୍‌ସନ୍‌ ମଗା ଯାଇଛି।

ଗୃହମନ୍ତ୍ରାଳୟ ପ୍ରୋଜେକ୍ୟୁସନ୍‌ ସାଙ୍କ୍‌ସନ୍‌ ଦେବା ମାତ୍ରେ ଏନ୍‌ଆଇଏ ନାଇକ୍‌, ତାଙ୍କ ସହଯୋଗୀ ଏବଂ ଆଇଆର୍‌ଏଫ୍‌ଙ୍କ ବିରୋଧରେ ଚାର୍ଜସିଟ୍‌ ଫାଇଲ୍‌ କରିବ। ଏହି ଚାର୍ଜସିଟ୍‌କୁ ଆନୁଷ୍ଠାନିକ ପ୍ରତ୍ୟାର୍ପଣ ଅନୁରୋଧ ଭାବେ ନାଇକ୍‌ ବସବାସ କରୁଥିବା ଓ ବାରମ୍ବାର ପରିଭ୍ରମଣ କରୁଥିବା ମାଲେସିୟା ଏବଂ ସାଉଦି ଆରବକୁ ପଠାଯିବ।

Photo Courtesy of Caravan Daily

ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି ନାଇକ୍‌ଙ୍କ ବିରୋଧରେ କରିଥିବା ତଦନ୍ତରୁ ଜଣା ପଡ଼ିଛି ଯେ ତାଙ୍କର ଭାଷଣ ଜରିଆରେ ସେ କେତେଗୁଡ଼ିଏ ମୁସଲମାନ୍‌ ଯୁବକମାନଙ୍କୁ ଜେହାଦି କାର୍ଯ୍ୟକଳାପ ପ୍ରତି ଆକୃଷ୍ଟ ହେବାକୁ ପ୍ରଭାବିତ କରୁଥିଲେ। ସେଥିରେ ଉଦ୍‌ବୁଦ୍ଧ ହୋଇ ସେମାନେ କେତେକ ଉଗ୍ର ଆତଙ୍କବାଦୀ ସଙ୍ଗଠନରେ ଯୋଗ ଦେଇଥିଲେ। ପରବର୍ତ୍ତୀ କାର୍ଯ୍ୟକ୍ରମର ଅଗ୍ରଗତି ଭାବେ ସେମାନେ ଭାରତରେ ଆତଙ୍କବାଦୀ ଆକ୍ରମଣ କରିବା ନିମନ୍ତେ ବିଭିନ୍ନ ଯୋଜନା କରିଥିଲେ।

Photo Courtesy of The Indian Express

ଇଣ୍ଡିଆନ୍‌ ମୁଜାହିଦୀନ୍‌ର ସଦସ୍ୟ କ୍ୱାତୀଲ୍‌ ଅହମଦ୍‌ ସିଦ୍ଦିକିଙ୍କ ସମେତ କଥିତ ମହିଳା ଆଇଏସ୍‌ ଅନ୍‌ଲାଇନ୍‌ ଚୟନକାରିଣୀ ଅଫ୍‌ଶା ଜବୀନ ତାଙ୍କର ଉତ୍ତେଜକ ଭାଷଣ ଶୁଣି ଶୁଣି ସେଥିରେ ଉଦ୍‌ବୁଦ୍ଧ ହୋଇଥିବା କଥା ସ୍ୱୀକାର କରି ଥିଲେ। ଏହା ବ୍ୟତିରେକେ, ଗତ ବର୍ଷ ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସିର ପାନ୍‌-ଇଣ୍ଡିଆ ଚଢ଼ଉରେ ଗିରଫ ହୋଇଥିବା ଆଇଏସ୍‌ ଚୟନକାରୀ ମୁଦାବ୍ଦିର ଶେଖ୍‌, ମହମ୍ମଦ ଓବାଇଦୁଲ୍ଲା ଖାଁ, ଅବୁ ଅନସ୍‌ ଏବଂ ମହମ୍ମଦ ଅଫୀସ୍‌ ଖାଁ, ଙ୍କ ସମେତ କେତେକ ସନ୍ଦିଗ୍‌ଧ ଆତଙ୍କବାଦୀମାନେ ଦାବି କରିଛନ୍ତି ଯେ ସେମାନେ ନାଇକ୍‌ଙ୍କ ଭାଷଣରେ ପ୍ରଭାବିତ ହୋଇଥିଲେ।

Photo Courtesy of Zee News

ଏବେ ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସିର ଅପେକ୍ଷା ଗୃହମନ୍ତ୍ରାଳୟର ପ୍ରୋଜେକ୍ୟୁସନ୍‌ ସାଙ୍କ୍‌ସନ୍‌କୁ। ତାହା ମିଳିଯିବା ପରେ ପରେ ନାଇକ୍‌ ଏବଂ ତାଙ୍କର ସହଯୋଗୀମାନଙ୍କ ବିରୋଧରେ ଚାର୍ଜସିଟ୍‌ ପ୍ରସ୍ତୁତି କରାଯାଇ ଆନୁଷ୍ଠାନିକ ପ୍ରତ୍ୟାର୍ପଣ ନିମନ୍ତେ ମାଲେସିଆ ଏବଂ ସାଉଦି ଆରବକୁ ପଠାଯିବ।

 

ସମ୍ବନ୍ଧିତ ଖବର