ପ୍ରିୟଙ୍କାଙ୍କ ସହ ପ୍ରେମ:ମୁହଁ ଖୋଲିଲେ ନିକ୍‌ ଜୋନାସ୍‌

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସହିତ ପ୍ରେମ ସଂପର୍କ ନେଇ ତାଙ୍କ ପ୍ରେମିକ ନିକ୍‌ ଜୋନାସ୍‌ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ଜଣେ ବନ୍ଧୁଙ୍କ ଜରିଆରେ ପ୍ରଥମେ ସେ ପ୍ରିୟଙ୍କାକୁ ଭେଟିଥିଲେ। ଏହାପରେ ପରସ୍ପର ମଧ୍ୟରେ କେବଳ ଚାଟିଂ ଚାଲିଥିଲା। ୬ ମାସ ଧରି ଚାଟିଂ ପରେ ଗତବର୍ଷ ପରସ୍ପରକୁ ଦ୍ୱିତୀୟ ଥର ପାଇଁ ଭେଟିଥିଲେ। ଏହି ସମୟରେ ଅନେକ ଲୋକ ଏହାକୁ ଡେଟିଂ ବୋଲି ଅଭିହିତ କରିଥିଲା ବେଳେ ଆମେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲୁ। କିନ୍ତୁ ପରେ ଏହା ପ୍ରେମରେ ରୂପାନ୍ତରିତ ହୋଇଥିଲା। ଏହା ଆପଣାଛାଏଁ ହୋଇଗଲା ବୋଲି ୨୫ ବର୍ଷୀୟ ଆମେରିକୀୟ ଗାୟକ ତଥା ଗୀତିକାର ନିକ୍‌ କହିଛନ୍ତି।

ସମ୍ବନ୍ଧିତ ଖବର